www.samajalive.in
Monday, December 8, 2025
24.1 C
Bhubaneswar

ସିଆର୍‍ସିସିଙ୍କ ଅକାଳ ବିୟୋଗ; ସମଗ୍ର କ.ନୂଆଗାଁରେ ଶୋକର ଛାୟା

ଫୁଲବାଣୀ/କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ପୁରୁଣା ନୂଆଗାଁ ଅଧିବାସୀ ସିଆର୍‍ସିସି ତଥା ସମାଜସେବୀ ଭାବେ ପରିଚିତ ଲିଙ୍ଗରାଜ ପାତ୍ର(୫୦)ଙ୍କ ସୋମବାର ସକାଳ ପ୍ରାୟ ୧୨ଟା ସମୟରେ ନିଜ ବାସଭବନରେ ଅକାଳ ବିୟୋଗ ଘଟିଛି। ଗତ କିଛିଦିନ ହେଲା ସେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସସ୍ମିତା ପାତ୍ରଙ୍କ ସମେତ ତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଖବର ପାଇବା ପରେ ବହୁ ଶିକ୍ଷକ ନେତା ଓ ଅଞ୍ଚଳବାସୀ ଶେଷ ଦର୍ଶନ କରିଛନ୍ତି। ଜଣେ ମେଳାପି ଓ ପରୋପକାରି ବ୍ୟକ୍ତିଭାବେ ମଧ୍ୟ ସେ ପରିଚିତ ଥିବା ବେଳେ ଶିକ୍ଷା ଦିଗରେ ମଧ୍ୟ ତାଙ୍କର ଗଭୀର ଆଗ୍ରହ ଥିଲା। ତାଙ୍କର ଅକାଳ ବିୟୋଗରେ କ.ନୂଆଗାଁ ବ୍ଳକ ଶିକ୍ଷକ ସଂଘ ସଭାପତି ବୁଲୁ କୁମାର ନାୟକ, ସଂପାଦକ ସଦାଶିବ ମାରଥା, ବରିଷ୍ଠି ଶିକ୍ଷକ ସୁରେନ୍ଦ୍ର ନାଥ ଦାସ, ସିଆରସିସି ଶାନ୍ତନୁ କମାର ସାହାଣୀ, ଲବ କହଁର ଓ ଅନ୍ୟ ସମସ୍ତ ଶିକ୍ଷକ ଓ ସଂଘର କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ତାଙ୍କ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା।

ସ୍ୱର୍ଗତ ପାତ୍ର କନ୍ଧମାଲ ଜିଲ୍ଲା ମା’ ପାଟଖଣ୍ଡା କ୍ଷତ୍ରୀୟ କୁଳସମାଜର ଜିଲା ସାଧାରଣ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱରେ ଥିଲେ। ତାଙ୍କ ମୃତ୍ୟୁୁରେ ସମଗ୍ର କ୍ଷତ୍ରୀୟ କୁଳସମାଜ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶେଷ ଦର୍ଶନ ପାଇଁ କ୍ଷତ୍ରୀୟ ସମାଜର ସଭାପତି ଚାଙ୍ଗୁଆ ପାତ୍ର, ବରିଷ୍ଠ କର୍ମକର୍ତ୍ତା ପ୍ରମୋଦ ପାତ୍ର, ଇନ୍ଦ୍ରମଣି ପାତ୍ର ପ୍ରମୁଖ ଖବର ପାଇଁ ଶେଷ ଦର୍ଶନ କରିବା ସହିତ ଶବ ସତ୍କାର କାର୍ଯ୍ୟରେ ସାମିଲ୍‍ ହୋଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories