www.samajalive.in
Monday, December 8, 2025
24.1 C
Bhubaneswar

ବରିଷ୍ଠ ଆଇନଜୀବୀ ସୁରେଶ ମହାପାତ୍ରଙ୍କ ବିୟୋଗରେ କନ୍ଧମାଳ ସାଂସଦଙ୍କ ଶୋକ ପ୍ରକାଶ

ଫୁଲବାଣୀ: ଫୁଲବାଣୀର ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ସୁରେଶ କୁମାର ମହାପାତ୍ରଙ୍କ ବିୟୋଗରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ବାର୍ତ୍ତାରେ ସ୍ୱର୍ଗତ ମହାପାତ୍ର ଜଣେ ବିଜ୍ଞ ଆଇନଜୀବୀ ଥିଲେ ବୋଲି ପ୍ରକାଶ କରିବା ସହିତ ଜିଲା ଜଣେ ଭଲ ଆଇନଜୀବୀଙ୍କୁ ହରାଇଲା ବୋଲି କହିଛନ୍ତି। ସ୍ୱର୍ଗତ ଆତ୍ମାର ସଦ୍‍ଗତି ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିଭଳି ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି। ଜଣେ ଖେଳପ୍ରେମୀ ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଜିଲା କ୍ରୀଡ଼ା ସଂସଦର ସଂପାଦକ ଶିବ ପ୍ରସାଦ ତ୍ରିପାଠୀ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ କ୍ରୀଡ଼ା ସଂସଦର ସମସ୍ତ ସଭ୍ୟମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତ ଆତ୍ମାର ଶାନ୍ତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories