www.samajalive.in
Wednesday, December 10, 2025
16.1 C
Bhubaneswar

ଜର୍ମାନୀରେ ପ୍ରଦର୍ଶିତ ହେବ ‘ଶଲାବୁଢ଼ା’

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଖୁସି ଖବର। ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା’। ଏକାଧିକ ଜାତୀୟ ତଥା ଅନ୍ତର୍ଜାତୀୟ ପୁୁରସ୍କାର ବିଜେତା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଏହି ଚଳଚ୍ଚିତ୍ରର ପ୍ରିମିୟର ଜର୍ମାନୀରେ ହେବ। ନେଇ ଖ୍ୟାତନାମା ଚଳଚ୍ଚିତ୍ର ପ୍ରଯୋଜକ ତଥା ସିନେ ପୃଷ୍ଠପୋଷକ ଜିତେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
ଜର୍ମାନୀର ସମ୍ମାନଜନକ ଇଣ୍ଡୋ-ଜର୍ମାନ ଚଳଚ୍ଚିତ୍ର ସପ୍ତାହ-୨୦୨୦ ପାଇଁ ‘ଶଲାବୁଢ଼ା’ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ସପ୍ତାହ ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ବର୍ଲିନର ଐତିହାସିକ ବେବିଲନ ଥିଏଟରରେ ପ୍ରଦର୍ଶିତ ହେବ। ସପ୍ତାହବ୍ୟାପୀ ଏହି ଉତ୍ସବର ଉଦ୍‍ଘାଟନୀ ଦିବସରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବ। ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ପରମ୍ପରାକୁ ଚିତ୍ରଣ କରୁଥିବା ‘ଶଲାବୁଢ଼ା’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କ୍ରମରେ ୭ଟି ପୁରସ୍କାର ପାଇଥିଲା। ଯେଉଁଥିରେ ଶ୍ରେଷ୍ଠ ସିନେମା ସହ ଶ୍ରେଷ୍ଠ ନିର୍ଦେଶନା ପୁରସ୍କାର ରହିଥିଲା। ଏହି ଚଳଚ୍ଚିତ୍ର ୨୦୧୩ରେ ଇଣ୍ଡିଆନ ପାନୋରାମାରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ ହୋଇଥିଲା।
ଏନେଇ ନିର୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି, ଆଜି ମୁଁ ବହୁତ ଆନନ୍ଦିତ। ମୋର ଚଳଚ୍ଚିତ୍ର ଏହି ଉତ୍ସବ ପାଇଁ ମନୋନୀତ ହୋଇଥିବାରୁ ବହୁତ ଗର୍ବିତ। ଇଣ୍ଡୋ-ଜର୍ମାନୀ ଚଳଚ୍ଚିତ୍ର ଉତ୍ସବ ଦୀର୍ଘ ବର୍ଷ ହେବ ଭାରତୀୟ ଚଳଚ୍ଚିତ୍ରକୁ ଉତ୍ସବରେ ସ୍ଥାନ ଦେଉଛନ୍ତି। ମୋ ପାଇଁ ଏହା ପ୍ରଥମ ଥର ହୋଇଥିବାରୁ ଖୁସି ଲାଗୁଛି ଏବଂ ଏକ୍ଷେତ୍ରରେ ବହୁତ ଆଗକୁ ଯିବାର ଅଛି। ଉତ୍ସବର ସିଇଓ ତଥା ନିର୍ଦେଶକ ଷ୍ଟିଫେନ ଓଟେନବ୍ରଚ୍‌ କହିଛନ୍ତି ଏହି ଚଳଚ୍ଚିତ୍ର ମହୋତ୍ସବ ଜରିଆରେ ଆମେ ଭାରତୀୟ କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହିତ କରୁଛୁ ଭାରତର ଶ୍ରେଷ୍ଠ ଚଳଚ୍ଚିତ୍ର ମାଧ୍ୟମରେ। ପ୍ରଥମ ଥର ପାଇଁ ଓଡ଼ିଶାର ଉତ୍କର୍ଷ କଳାକୁ ନେଇ ସମୃଦ୍ଧ ‘ଶଲାବୁଢ଼ା’ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories