www.samajalive.in
Thursday, December 11, 2025
18.1 C
Bhubaneswar

ଦିବ୍ୟାଙ୍ଗ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାର ରାୟ; ଅଭିଯୁକ୍ତକୁ ୧୦ବର୍ଷ ଜେଲ

କେନ୍ଦୁଝର : ବାପା ମାଆ ଛେଉଣ୍ଡ ଦିବ୍ୟାଙ୍ଗ ଆଦିବାସୀ ଯୁବତୀଙ୍କୁ ଦୁୁଷ୍କର୍ମ କରି ଗର୍ଭବତୀ କରିବା ଏବଂ ପରେ ଗର୍ଭପାତ କରାଇବା ଘଟଣାର ବିଚାର କରି ଜିଲା ଦୌରାଜଜ୍‍ ତଥା ସ୍ୱତନ୍ତ୍ର କୋର୍ଟ ସଦର ଥାନା ଅନ୍ତର୍ଗତ ତେରଣ୍ଟି ଗ୍ରାମର ଅଭିଯୁକ୍ତ ଯୁବକକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜୋରିମାନା ଆ​ଦେଶ ଦେଇଛନ୍ତି। ୨୦୧୬ ଧାନକଟା ସମୟରେ ସଦର ଥାନା ତେରଣ୍ଟି ଗ୍ରାମର ରାଜକିଶୋର ମହାନ୍ତ ଶୁଆକାଟି ଅଞ୍ଚଳରୁ ୪/୫ ଜଣ ଝିଅଙ୍କୁ ଧାନ କାଟିବାକୁ ଆଣିଥିଲେ। ଝିଅଙ୍କ ମଧ୍ୟରୁ ଜଣେ ବାପାମାଆ ଛେଉଣ୍ଡ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଥିଲେ। ସୁଯୋଗ ଉଣ୍ଡି ରାଜକିଶୋର ସଂପୃକ୍ତ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ। ପରେ ରାଜକିଶୋର ଉକ୍ତ ଯୁବତୀଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିବାରୁ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ରାଜକିଶୋରଙ୍କ ବାପା ମାଆ ଏବାବଦରେ ଜାଣି ଉକ୍ତ ଦିବ୍ୟାଙ୍ଗ ଯୁବତୀଙ୍କୁ ଭୁବନେଶ୍ୱର ନେଇ ତା’ର ଗର୍ଭପାତ କରାଇବା ପରେ ରାଜକିଶୋର ଯୁବତୀ ଜଣଙ୍କୁ କେନ୍ଦୁଝର ଘରୋଇ ବସଷ୍ଟାଣ୍ଡରେ ଅସହାୟ ଭାବେ ଛାଡି ଚାଲିଯାଇଥିଲେ। ଯୁବତୀ ଜଣକ କୌଣସି ପ୍ରକାରେ ତାଙ୍କ ଗାଁ ଲୋକଙ୍କ ସହ ଯୋଗାଯୋଗ କରିବାରୁ ସେ ଉଦ୍ଧାର ହୋଇ ତାଙ୍କ ଘରକୁ ଯାଇଥିଲେ।
ପରେ ଏବାବଦରେ ଦୁଷ୍କର୍ମକାରୀ ରାଜକିଶୋରଙ୍କ ପରିବାର ପକ୍ଷରୁ ବାହାଘର କରାଯିବ କହି ଠକି ଚାଲିବାରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ସଦର ଥାନା ପୁଲିସ ୨୬୩/୧୬ ରେ ମାମଲା ରୁଜୁ କରିଥିବାବେଳେ ତତ୍କାଳୀନ ଏସ୍‍ଡିପିଓ ଶ୍ରୀହର୍ଷ ମିଶ୍ର ତଦନ୍ତ ଦାୟିତ୍ୱ ନେଇ ଅଭିଯୁକ୍ତକୁ ଗିରଫ କରିଥିଲେ। ଏହି ମାମଲାରେ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ୍‍ ତଥା ମାମଲାର ସ୍ୱତନ୍ତ୍ର ଜଜ୍‍ ବେଣୁଧର ପାତ୍ର ଶୁକ୍ରବାର ବିଚାର କରି ଅଭିଯୁକ୍ତକୁ ୧୦ବର୍ଷ ଓ ୫ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ। ଜୋରିମାନା ଅନାଦେୟ ଅଧିକ ୩ମାସ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାଟି ସ୍ୱତନ୍ତ୍ର ପିପି ରାଜକିଶୋର ଭୂୟାଁ ପରିଚାଳନା କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories