www.samajalive.in
Wednesday, December 10, 2025
16.1 C
Bhubaneswar

ଶନିବାର ରାଶିଫଳ(୧୯ ସେପ୍ଟେମ୍ବର ୨୦୨୦)

ମେଷ: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ପ୍ରୟାସ ଜାରି ରଖିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।
ବୃଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ।
ମିଥୁନ: ପରଧନରେ ଧନୀ ହୋଇପାରନ୍ତି। ଯୁବତୀମାନଙ୍କର ମନୋରଞ୍ଜକ ହେବେ। ରଜତ ଧନରେ ଧନଶାଳୀ ହେବେ। ରସିକତ୍ୱରୁ ବାଚାଳ ଭାବେ ପରିଗଣିତ ହେବେ। ପରିଶ୍ରମ କଠିନ ହେଲେ ବି ତା’ର ସୁଫଳ ମିଳିବ।
କର୍କଟ: ବ୍ୟୟଭାର ବୃଦ୍ଧି ହେବାର ସମ୍ଭାବନା ଅଛି। ଉଚ୍ଚ ଆଶା ଫଳବତୀ ହେବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ ଲାଭ କରିବେ। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ଲାଭ ମିଳିବ।
ସିଂହ: ଶ୍ରମ ସାର୍ଥକ ହୋଇପାରେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସଂପଦର ଅଧିକାରୀ ହେବାର ସୂଚନା ମିଳୁଛି। ସ୍ୱାସ୍ଥ୍ୟ ଅତୁଟ ରହିବ। ଅନୁଚରଯୁକ୍ତ ହୋଇପାରନ୍ତି। ନିତ୍ୟନନ୍ଦ ମିଳିବ।
କନ୍ୟା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଭୋଜନ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: କାର୍ଯ୍ୟରେ ପଛଘୁଞ୍ଚା ଦେଇପାରନ୍ତି। ପୂର୍ବରୁ ସତର୍କ ନ ହେଲେ ପ୍ରତାରଣାର ଶିକାର ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି।
ବିଛା: ପରଲୋକଙ୍କୁ ବଶବର୍ତ୍ତୀ କରିବାରେ ଦକ୍ଷ ହେବେ। ସୁସମ୍ବାଦ ପାଇ ଖୁସି ହୋଇ ପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନ ମଧ୍ୟମ ଧରଣର। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ଆୟ ଆଶାନୁରୂପ ହେବ। ଶୁଭଖବର ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରକୁ ଅଧିକ ଉଜ୍ଜ୍ୱଳ କରିପାରନ୍ତିି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଅଶାନ୍ତିର ମାତ୍ରା କମିବ।
ମକର: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କରିବେ। କର୍ମଚଞ୍ଚଳ ରହିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଅଶାନ୍ତିର ମାତ୍ରା କମିବ।
କୁମ୍ଭ: ଯଶସ୍ୱୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନୋବଳ ଦୃଢ଼ ରହିବ। ଧନାଗମର ସୂଚନା ମିଳୁଛି। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା କରିବା ମନା।
ମୀନ: କାର୍ଯ୍ୟ ଧାରାରେ ପରିବର୍ତ୍ତନ ଘଟାଇ ପାରନ୍ତି। ଭୋଜନ ତୃପ୍ତିକର ହେବ। ଆନନ୍ଦ ଉପଭୋଗ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories