www.samajalive.in
Thursday, December 11, 2025
23.1 C
Bhubaneswar

ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି

ପାଟଣା : ଢେଙ୍କିକୋଟର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ ସତ୍ୟନାରାୟଣ ବିଦ୍ୟାପୀଠ ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଏବେ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଭାବରେ ପରିଚିତ । କରୋନା କଟକଣା ଯୋଗୁଁ ବିଦ୍ୟାଳୟଟି ବନ୍ଦ ରହିଥିଲେ ମଧ୍ୟ ଚଳିତ ବର୍ଷ ଏଠାରେ ନବମ ଶ୍ରେଣୀରେ ୬୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେହିପରି ନବମରୁ ଦଶମକୁ ଉତୀର୍ଣ୍ଣ ହୋଇଥିବା ୬୩ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇଲେ ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୩୧ ରହିଛି । ଏବେ ଏଠାରେ ପ୍ରଧାନଶିକ୍ଷକ ପଦବୀ ଖାଲି ଥିବା ବେଳେ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଅନନ୍ତ ଚରଣ ବାରିକ ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ଭାବେ ପଦ୍ମପୁର ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଛନ୍ତି ।

ଏଠାରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତଙ୍କ ଅବସର ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସାହୁ କିଛି ଦିନ ବିଦ୍ୟାଳୟର ଉନ୍ନତି କଳ୍ପେ ବହୁତ କିଛି କାମ କରିଥିଲେ ମଧ୍ୟ ହଠାତ ଏଠାରେ ହେନାରାଣୀ ସ୍ୱାଇଁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଡେପୁଟେସନରେ ଆସି ଯୋଗ ଦେଇଥିଲେ । ସେ ଅଗଷ୍ଟ ମାସ ୩୧ ରୁ ଅବସର ନେବା ଓ ବରିଷ୍ଠ ଶିକ୍ଷକ ଅନନ୍ତ ଚରଣ ବାରିକ ପଦୋନ୍ନତି ପାଇ ବଦଳି ହେବା ପରେ ବିଦ୍ୟାଳୟରେ ଶିକ୍ଷକ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ସହ ବିଜ୍ଞାନ (ସିବିଜେଡ) ଶିକ୍ଷକ, ସଂସ୍କୃତ ଶିକ୍ଷକ ପଦବୀ ଆଦି ଖାଲି ପଡିଥିବାରୁ ଏହିସବୁ ପଦବୀ ଯଥାଶିଘ୍ର ପୂରଣ କରା ନ ଗଲେ ବିଦ୍ୟାଳୟ ଖୋଲିବା ପରେ ଅଭିଭାବକ ମାନେ ଆନ୍ଦୋଳନ କରିବା ପାଇଁ ମସୁଧା କରୁଥିବା ଜଣାପଡି ଥିବାରୁ କର୍ତ୍ତୃପକ୍ଷ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା ପାଇଁ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories