www.samajalive.in
Thursday, December 11, 2025
23.1 C
Bhubaneswar

ରାସ୍ତା ଦୂରାବସ୍ଥାର ବିକଳ ଚିତ୍ର : ଗାଡରେ ପଡିଥିବା ଟ୍ରକକୁ ଠେଲିଲା ଲୋଡର

ପାଟଣା : କେନ୍ଦୁଝର ଜିଲାର ଲାଇଫ ଲାଇନ ୨୦ ନଂ ଜାତୀୟ ରାଜପଥ ଅଧାପନ୍ତରିଆ ଅବସ୍ଥାର ପ୍ରତିକାର କରାଯାଉ ନ ଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଲାଣି । ଅଧାପନ୍ତରିଆ ଥିବା ସତ୍ତ୍ୱେ ଯାନବାହାନ ଚଳାଚଳ ପାଇଁ ଯେଉଁ ରାସ୍ତା ରହିଛି ତାହା ନିୟମିତ ବ୍ୟବଧାନରେ ମରାମତି ଅଭାବରୁ ଶୋଚନୀୟ ହୋଇ ପଡିଲାଣି । ରାସ୍ତାରେ ଖାଲଖମା ହେବା ସହ ଗୋପାଳପୁର ଠାରୁ ଢେଙ୍କିକୋଟ ମଧ୍ୟରେ ଏକାଧିକ ସ୍ଥାନରେ ରାସ୍ତା ପାର୍ଶ୍ବ ଧୋଇଯାଇ ପିଚୁ ରାସ୍ତା କଡରେ ଗାଡ ହୋଇଯାଇ ଥିଲେ ମଧ୍ୟ ଏହାର ପ୍ରତିକାର କରାଯାଇ ନାହିଁ । ପରିସ୍ଥିତି ଏପରି ହୋଇଛି କି ରାସ୍ତାରେ ଏବେ ମଲ୍ଟି ଏକ୍ସଲ ଭାରୀଯାନ ଲୁହାପଥର ପରିବହନ କରୁଥିବାରୁ ବର୍ଷାଦିନେ ରାସ୍ତା ମଝିରେ ମଧ୍ୟ ବଡବଡ ଗାଡ ହୋଇଯାଇଛି । ଯାହା ଫଳରେ କାର ଚାଳକ, ବାଇକ ଚାଳକ ଆମ୍ବୁଲାନ୍ସ ଆଦି ଏହି ସ୍ଥାନ ମାନଙ୍କରେ ଗାଡରେ ପଡି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି ।

ଆଜି ଚାନ୍ଦପଶି ଠାକ ଠାରୁ ବାଙ୍କପାଟୁଳି ମଧ୍ୟରେ ଏକ ଲୁହାପଥର ବୋଝେଇ ଟ୍ରକ ମଝି ରାସ୍ତାରେ ଖାଲରେ ପଡି ଉଠି ନ ପାରିବାରୁ ପଛକୁ ପଛ ଗାଡି ଧାଡି ଲାଗିଯାଇ ଯାନବାହାନ ଚଳାଚଳ ଠପ ପଡିଯାଇଥିଲା । ଏହାପରେ ଏକ ଲୋଡର ଡକାଇ ଟ୍ରକ ଚାଳକ ଜଣଙ୍କ ଟ୍ରକଟିକୁ ପଛରୁ ଠେଲିଲା ପରେ ଟ୍ରକଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ଜିଲା ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥର ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତାଗିଦ କରାଯିବାକୁ ଦାବି ହୋଇଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories