www.samajalive.in
Thursday, December 11, 2025
26.1 C
Bhubaneswar

ଟାୱାର ଥିଲେ ବି ମିଳୁନି ସେବା, ମୁଣ୍ଡିଗଡ ଅଞ୍ଚଳବାସୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ମୁଣ୍ଡିଗଡ ଗ୍ରାମ ପଞ୍ଚାୟତରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଏକ ବିଏସଏନଏଲ ଟାୱାର। ହେଲେ ସେଠାରେ ଭଲ ଭାବରେ ଲୋକଙ୍କୁ ନେଟୱାର୍କର ସଠିକ ସେବା ମିଳୁନାହିଁ। ସେଥିପାଇଁ ଆଜି ମୁଣ୍ଡିଗଡ ଲୋକେ ବିଏସଏନଏଲ କାର୍ଯ୍ୟାଳୟରେ ଏସଡିଓଙ୍କୁ ଏହି ସଂକ୍ରାନ୍ତରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେମାନେ ଦେଇଥିବା ଦାବୀ ଅନୁସାରେ ସେଠାରେ ଥିବା ଟାୱାର ଯୋଗୁଁ ମୁଣ୍ଡିଗଡର ଲୋକେ ସଠିକ ଭାବରେ ନେଟୱାର୍କର ସେବା ପାଉ ନାହାନ୍ତି।

ଫଳରେ ସେହି ଅଞ୍ଚଳର ଲୋକଙ୍କୁ ସେମାନଙ୍କର ବ୍ୟାଙ୍କ ସେବା, ଆବଶ୍ୟକବେଳେ ଅନଲାଇନ୍ ସେବା ପାଇଁ, ବିଭିନ୍ନ ସରକାରୀ ସେବା ପାଇଁ ଆବଶ୍ୟକ ହେଉଥିବା ନେଟୱାର୍କର ଅଭାବ ଯୋଗୁଁ ସେଥିରେ ବାଧା ଉପୁଜିବା ଏବଂ ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ପିଲାଙ୍କର ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ବୈଷୟିକ ଶିକ୍ଷା ସବୁ ଅନ୍ ଲାଇନରେ ପଢାଯାଉଛି। ହେଲେ ସେଠାରେ ଥିବା ଟାୱାରରେ ସଠିକ ଭାବରେ ନେଟୱାର୍କ ଆସୁନଥିବାରୁ ତଥା ସେଠାରେ ଥିବା ଟାୱାରଟି ମୁଣ୍ଡିଗଡ ପଞ୍ଚାୟତ ଅଂଚଳକୁ ପୁରା କଭର କରୁନଥିବାରୁ ସେଠାରେ ଥିବା ଲୋକେ ମୋବାଇଲ ସେବାଠାରୁ ଆରମ୍ଭ କରି ଉପୋରୋକ୍ତ ସମସ୍ତ ସେବା ପାଇପାରୁ ନଥିବା ନେଇ ଏକ ଦାବି ପତ୍ର ବିଏସଏନଏଲ ଏସଡିଓଙ୍କୁ ଦେଇଥିବା ଜଣାପଡିଛି। ସେଠାରେ ତୁରନ୍ତ ସଠିକ ସେବା ପ୍ରଦାନ କରାନଗଲେ ସେହି ଅଞ୍ଚଳର ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories