www.samajalive.in
Thursday, December 11, 2025
26.1 C
Bhubaneswar

କଳାକାର ଭତ୍ତା ଅପେକ୍ଷାରେ ଦୃଷ୍ଟି ବାଧିତ କଳାକାର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ର ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈଜାପାଲି ଚାନ୍ଦୁଟିକ୍ରା ଗ୍ରାମର ଅଧିବାସୀ ବିଶେଷଣ କୁସୁମ ଆଜନ୍ମ ଦୃଷ୍ଟି ହୀନ। ୪୮ବର୍ଷ ବୟସ୍କ ବିଭିଷଣଙ୍କ ଜମିବାଡି କିଛି ନାହିଁ। ବ୍ଳକ୍‌ରୁ ୭ଶହ ଟଙ୍କା ଭତ୍ତା ଏବଂ ଅନ୍ତୋଦୟ ଯୋଜନାରେ ୩୫ କିଲୋ ଚାଉଲରେ ଯେନତେନ ପ୍ରକାର କଷ୍ଟେମଷ୍ଟେ ୪ଜଣିଆଁ ପରିବାର ଚଳିବାକୁ ପଡୁଛି ବୋଲି କହନ୍ତି ବିଭିଷଣ। ବିଭିଷଣଙ୍କ ପତ୍ନୀ, ୧୯ବର୍ଷର ଝିଅ ଏବଂ ୧୦ ବର୍ଷ ବୟସର ପୁଅ। ପୁଅ ପଞ୍ଚମ ଶ୍ରେଣୀରେ ପଢୁଛି।
ଭଗବାନ ଦୃଷ୍ଟି ହୀନ କରି ଧରାଧାମକୁ ପଠାଇଦେଲେ ସିନା କିନ୍ତୁ ବିଭିଷଣଙ୍କୁ ଭଗବାନ ଦେଇଛନ୍ତି ଗାନ୍ଧର୍ବ କଳା। ତବଳା, ମୃଦଙ୍ଗ ବାଦ୍ୟର ଓସ୍ତାଦ୍ ଅଟନ୍ତି ବିଭିଷଣ। ସମ୍ବଲପୁର, ଝାରସୁଗୁଡା, ଦେବଗଡ ଏବଂ ଛତିଶଗଡର ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମରେ ତବଳା, ମୃଦଙ୍ଗ ବାଦ୍ୟର ଝଙ୍କାରରେ ବିଭିଷଣ କଳାପ୍ରେମୀମାନଙ୍କୁ ମନ୍ତ୍ର ମୁଗ୍ଧ କରି ସମସ୍ତଙ୍କ ସେ ପ୍ରିୟପାତ୍ର ହେବା ସହିତ ବିଭିଷଣଙ୍କ ବାଦ୍ୟର ଯାଦୁରେ କଳାପ୍ରେମୀ ପ୍ରଶଂସାରେ ଶତମୁଖ। ଉତ୍କର୍ଷ ତବଲା ବାଦନ ପାଇଁ ସମାସିଂହା, ଓଡିଆପାଲି, ଦେଓଗାଁ ଆଦି ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ବିଭିଷଣ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି। ସମାସିଂହାରେ ତତ୍କାଳୀନ ମୁଖ୍ୟ ସଚେତକ କିଶୋର ମହାନ୍ତି ଏବଂ ଓଡିଆପାଲିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ଏବଂ ଦେଓଗାଁରେ ପୂର୍ବତନ ବିଧାୟକ ବିଭିଷଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଭୂମିହୀନ ଗରିବ କଳାକାର ବିଭିଷଣଙ୍କୁ ଏଯାଏ କଳାକାର ଭତ୍ତା ମିଳିନାହିଁ। କଳାକାର ଭତ୍ତା ମିଳିଲେ ପୁଅର ପାଠପଢ଼ାରେ ସହାୟକ ହେବା ସହିତ ପରିବାର ପ୍ରତିପୋଷଣ ରେ ସୁବିଧା ହୁଅନ୍ତା ବୋଲି କହିଛନ୍ତି ବିଭିଷଣ।
ଦୃଷ୍ଟିବାଧିତ କଳାକାର ବିଭିଷଣ ଦାରିଦ୍ର୍ୟତା ସତ୍ତ୍ୱେ ଗୀତ ବାଦ୍ୟକୁ ଛାଡି ନାହାନ୍ତି। ଗୀତ ବାଦ୍ୟ ହିଁ ତାଙ୍କ ଜବନକୁ ତୃପ୍ତ କରେ ଏବଂ ଆନନ୍ଦ ଦିଏ ବୋଲି କହନ୍ତି। ଏବେ କରୋନା କଟକଣା ଯୋଗୁଁ ସବୁ ସାଂସ୍କୃତିକ କାର୍ୟ୍ୟକ୍ରମ ବନ୍ଦ ରହିଥିବାରୁ ବହୁତ କଷ୍ଟ ହେଉଛି। ସମୟ କାଟିବା ମୁସ୍କିଲ୍ ହେଉଛି। ଜନ୍ମରୁ ଦୃଷ୍ଟିଶକ୍ତି ଛଡାଇ ନେଲେ ଭଗବାନ । ସେଥିପାଇଁ ଅନ୍ୟ କାମ କରିବାରେ ଅସୁବିଧା ହେଉଛି। ସାଂପ୍ରତିକ କାର୍ଯ୍ୟକ୍ରମ ପାଇଁ କରୋନା କଟକଣା ବାଧକ ସାଜିଛି। କରୋନା ମୋ ଭଳି କଳାକାର ଙ୍କ ଜୀବନକୁ କରୁଣ କରି ଦେଇଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ବିଭିଷଣ।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories