www.samajalive.in
Friday, December 12, 2025
23.1 C
Bhubaneswar

ଛାତରେ ବସିଥିବା ବେଳେ ମହିଳାଙ୍କୁ ହତ୍ୟା

ଭଞ୍ଜନଗର: ଭଂଜନଗର ସହର ଠାରୁ ମାତ୍ର ୩ କି.ମି ଦୂର ବ୍ରହ୍ମପୁର ରାସ୍ତାର ମଳାସପଦର ଛକରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କରିଛି, ସେ ସଂପର୍କରେ କୌଣସି ତଥ୍ୟ ଜଣା ପଡି ନଥିଲେ ହେଁ ସେ ନିଜ ଘରର ଛାତ ଉପରେ ବସିଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଝାରସଗୁଡାରେ ରହି ଟ୍ରକ ଚଳାଉଛନ୍ତି। ଘରେ ଦୁଇ ଝିଅକୁ ଧରି ମହିଳା ଜଣ୍ ରହୁଥିଲେ। ଦୁଇ ଝିଅ ଘର ଭିତରେ ରୋଷେଇ କରୁଥିବା ବେଳେ ମହିଳା ଏକାକୀ ଛାତ ଉପରେ ବସିଥିଲେ। ସେହି ସମୟରେ ମହିଳା ଜଣଙ୍କୁ ଛାତ ଉପରେ କୌଣସି ଏକ ଧାରୁଆ ଅସ୍ତ୍ରରେ କେହି ନିର୍ମମ ଭାବେ ହତ୍ୟା କରାଯାଇଥିବା କୁହାଯାଇଛି। । ଦୁବୃର୍ତ୍ତମାନେ ବାରିପଟୁ ଆସି ଛାତ ଉପରକୁ କୌଣସି ମାତ ଚଢି ମହିଳାଙ୍କୁ ହତ୍ୟା କରି ପୁଣି ବାରିପଟେ ଚମ୍ପଟ ମାରିଥିବା କୁହାଯାଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଦୁବୃର୍ତ୍ତମାନେ ମହିଳାଙ୍କୁ ଆକ୍ରମଣ କରିବା ବେଳେ ଆର୍ତ୍ତ ଚିତ୍କାର ଛାଡିଥିଲେ। ତାଙ୍କ ଚିତ୍କାର ଶୁଣି ଦୁଇ ଝିଅ ଛାତ ଉପରକୁ ଆସିବା ବେଳେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ଭଂଜନଗର ଏସ୍‍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ଥାନା ପୁଲିସ୍‍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତର ଶିଥିଳତା ଆଶଙ୍କାରେ ପୁଲିସ୍‍ ଘଟଣା ସ୍ଥଳକୁ କାହାକୁ ଛାଡୁନ ଥିବାରୁ ହତ୍ୟା ସମ୍ପର୍କ​‌େ​‌ର ସ୍ପଷ୍ଟ ସୂଚନା ମିଳିପାରୁନି। ଦୁଇ ଝିଅଙ୍କ କ୍ରନ୍ଦନ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି କରିଛି। ମୃତ ମହିଳାଙ୍କ ନାମ ଜ୍ୟେସ୍ନାରାଣୀ ନାୟକ ବୋଲି ଜଣାପଡିଛି। ତାଙ୍କର ପିଠି ଓ ମୁଣ୍ଡର ପଛଭାଗକୁ ଏକ ଲମ୍ବା କାତିରେ ହାଣି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories