www.samajalive.in
Friday, December 12, 2025
19.1 C
Bhubaneswar

ଲୋକଙ୍କୁ ଭେଟିବାକୁ ୧୧ ଘଣ୍ଟା ପାହାଡ଼ ଚଢ଼ିଲେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ

ଇଟାନଗର: ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏକ ଦୂରନ୍ତ ଗ୍ରାମର ଅଧିବାସୀଙ୍କୁ ଭେଟିବା ପାଇଁ ଦୀର୍ଘ ୧୧ ଘଣ୍ଟା କାଳ ପାହାଡ଼ ଚଢ଼ି ୧୪କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତାୱାଙ୍ଗ୍‌ରୁ ୯୭ କିଲୋମିଟର ଦୂର ପାହାଡ଼ ଶୀଖରରେ ଅବସ୍ଥିତ ଉକ୍ତ ଗାଁ ‘ଲୁତାଙ୍ଗ୍’ରେ ୪୧ ବର୍ଷୀୟ ମୁଖ୍ୟମନ୍ତ୍ରୀ ପହଞ୍ଚିବା ସହ ଲୋକଙ୍କ ହାନିଲାଭ ବୁଝିଥିଲେ ଓ ଗୁରୁବାର ତୱାଙ୍ଗ୍‌ ଫେରିଥିଲେ। ସେ ଫେରିବା ପରେ ଏହି ଗସ୍ତ ସମ୍ପର୍କରେ ଟ୍ବିଟ୍‌ରରେ ଅବଗତ କରାଇଥିଲେ। ଏହି ଗ୍ରାମରେ ମୋଟ ୧୦ଟି ପରିବାରର ୫୦ଜଣ ବାସ କରନ୍ତି। ଏହି ଗ୍ରାମକୁ ରାସ୍ତା ନ ଥିବାରୁ ସେ କାର୍ପୂ-ଲା ପର୍ବତ ବାଟରେ ଦେଇ କେତେକ ହ୍ରଦ, ପାହାନ ଓ ଜଙ୍ଗଲ ଅତିକ୍ରମ କରିଥିଲେ। ଏହା ଅତ୍ୟନ୍ତ କଷ୍ଟକର ଥିଲା; କିନ୍ତୁ ​‌େଲାକଙ୍କ ଭେଟିବା ପରେ ସେ ଖୁବ୍‌ ସନ୍ତୁଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଜଣେ ଗ୍ରାମବାସୀଙ୍କ ଘରେ ଦୁଇ ରାତି ଅବସ୍ଥାନ କରିଥିଲେ। ଏହି ଗ୍ରାମର ଅଧିକାଂଶ ବାସିନ୍ଦା ହେଉଛନ୍ତି ଚମରିଗାଈ ପାଳକ ଯାଜାବର ଶ୍ରେଣୀୟ। ସୀମାନ୍ତ ଅଞ୍ଚଳର ଶେଷ ଲୋକଟି ପର୍ଯ୍ୟନ୍ତ ପହଞ୍ଚିବା ସରକାରଙ୍କ ଆଭିମୁଖ୍ୟ। ଏ ଦିଗରେ ସରକାରଙ୍କ ଫ୍ଲାଗ୍‌ସିପ୍ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲା। ସେମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚୁଛି କି ନାହିଁ ସେ ସମ୍ପର୍କରେ ଗ୍ରାମବାସୀଙ୍କ ମତାମତ ଲୋଡ଼ା ଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାୱାଙ୍ଗ୍ ବିଧାୟକ ସେରିଙ୍ଗ୍ ତାସି, କିଛି ଗ୍ରାମବାସୀ ଓ ବୌଦ୍ଧ ଭିକ୍ଷୁ ସାମିଲ ହୋଇଥିଲେ। ଏହି ଅବସରରେ ସେ ଜାଙ୍ଗଚୁପ୍‌ ସ୍ତୁତ ପରିଦର୍ଶନ କରିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories