www.samajalive.in
Friday, December 12, 2025
19.1 C
Bhubaneswar

ଲଙ୍କା ପ୍ରିମିୟର ଲିଗ୍ :‌ ‌ଖେଳାଳି ନିଲାମରେ ସାମିଲ ହେବେ ଆଫ୍ରିଦି, ମୁନାଫା, ଗେଲ୍‌

କଲମ୍ବୋ : ନଭେମ୍ବର ୧୪ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଲଙ୍କା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ ଖେଳାଯିବ। ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳାଳି ନିଲାମ ପକ୍ରିୟା ଅକ୍ଟୋବର ୧ରେ ଅନୁଷ୍ଠିତ ହେବ। ମୋଟ ୫ଟି ଦଳ ପାଇଁ ୧୫୦ଜଣ ଖେଳାଳି ନିଲାମ ପକ୍ରିୟାରେ ସାମିଲ ହେବେ। ଏଥିରେ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧଶ ବ୍ୟାଟ୍‌ସମ୍ୟାନ କ୍ରିସ୍‌ ଗେଲ, ପୂର୍ବତନ ଭାରତୀୟ ମିଡ଼ିୟମ ଫାଷ୍ଟ ବୋଲର ମୁନାଫା ପଟେଲ, ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ସହିଦ୍‌ ଆଫ୍ରିଦି ଓ ଡାରେନ୍ ସାମି, ବାଂଲାଦେଶର ସାକିବ୍‌ ଉଲ୍ଲ ହାସନ, ଇଂଲଣ୍ଡର ରବି ବୋପାରା, ଦକ୍ଷିଣଆଫ୍ରିକାର କଲିନ୍‌ ମୁନ୍‌ରୋ, ଭାନର୍ନ ଫିଲାଣ୍ଡର ପ୍ରମୁଖ ନିଲାମ ଲାଗି ମନୋନୀତ ହୋଇଛନ୍ତି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଦଳରେ ଅତି ବେଶିରେ ୬ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବେ। ୩୭ ବର୍ଷିୟ ଭାରତୀୟ ଫାଷ୍ଟ ବୋଲର ମୁନାଫା ପଟେଲ ୨୦୧୮ରୁ ଅବସର ନେଇ ସାରିଛନ୍ତି। ସେ ମୋଟ ୧୩ଟି ଟେଷ୍ଟ ଓ ୭୦ଟି ଏକଦିବସୀୟ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି। ୨୦୧୧ ଏକଦିବସୀୟ ବିଶ୍ବକପ ଚମ୍ପିଆନ ଭାରତୀୟ ଦଳର ସଦସ୍ୟ ଥିଲେ।ପ୍ରତ୍ୟେକ ଦଳରେ ୧୯ଜଣ ଲେଖାଏଁ ଖେଳାଳି ରହିବେ। ସେମାନଙ୍କ ମଧ୍ୟରୁ ୩୦ଜଣ ବିଦେଶୀ ଓ ୬୫ଜଣ ସ୍ଥାନୀୟ କ୍ରିକେଟର ରହିବେ। ଲଙ୍କା ପ୍ରିମିୟର ଲିଗ୍‌ ଆୟୋଜନ ନେଇ ଶ୍ରୀଲଙ୍କା ସରକାର ଅନୁମତି ପ୍ରଦାନ କରିଛନ୍ତି। ମ୍ୟାଚ ଗୁଡ଼ିକ ଡାମ୍ବୁଲା, ପାଲଖେଲ ଓ ହାମ୍ବାନଟୋଟାରେ ଖେଳାଯିବ। ପୂର୍ବରୁ ଏଲ୍‌ପିଏଲ ଅଗଷ୍ଟରେ ଖେଳାଯିବାର ଥିଲା। କରୋନାକୁ ଦୃଷ୍ଟିରେ ରଖି ଉକ୍ତ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଥିଲା।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories