www.samajalive.in
Wednesday, December 10, 2025
26.1 C
Bhubaneswar

ବାଙ୍କୀରେ ଅବକାରୀ ଚଢାଉ: ୪,୬୦୦ ଲିଟର ପୋଚ ନଷ୍ଟ, ୨୨ଲିଟର ଚୋରା ଦେଶୀ ରନ୍ଧାମଦ ଜବତ

ବାଙ୍କୀ:ଗୁରୁବାର ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏକ ବଡଧରଣର ଅବକାରୀ ସାମଗ୍ରୀ ଜବତ କରାଯାଇଛି। ଏଥିସହ ୪,୬୦୦ ଲିଟର ମଦ ରନ୍ଧା ପାଇଁ ମହଜୁଦ୍ ଥିବା ପୋଚ୍‌କୁ ବାଙ୍କୀ ଅବକାରୀ ବିଭାଗ ନଷ୍ଟ କରିଦେଇଛି। ସେହିପରି ୨୨ଲିଟର ଚୋରା ରନ୍ଧା ଦେଶୀ ମଦ ଜବତ କିରାଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିବାରେ ସଫଳ ହୋଇନଥିବା ଜଣାପଡିଛି।
ବାଙ୍କୀ ଅବକାରୀ ବିଭାଗ ସୂଚନା ଅନୁଯାୟୀ ଗୁରୁବାର ସକାଳୁ ବାଙ୍କୀ ଓ ଆଠଗଡ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ବାଙ୍କୀ ଓ ବୈଦେଶ୍ୱର ଥାନା ଅନ୍ତର୍ଗତ ବରପୁଟ ଓ ପଶାଣିଆ ଗ୍ରାମ୍ୟ ଜଙ୍ଗଲରେ ଚଢାଉ କରାଯାଇଥିଲା। ୫ଟି ସ୍ଥାନରେ ବେଆଇନ ଭାବରେ ମଦ ରନ୍ଧାଯାଇ ମହଜୁଦ୍ ଥିବା ଓ ପ୍ରସ୍ତୁତ ଥିବା ମଦରନ୍ଧା ସାମଗ୍ରୀ ଜବତ କରାଯାଇଥିଲା। ଜବତ ମଦ ସେହି ସ୍ଥାନରେ ଅବକାରୀ ବିଭାଗ ଦ୍ୱାରା ନଷ୍ଟ କରାଯାଇଥିଲା। ଏହି ଚଢାଉରେ ଅବକାରୀ ଅଧିକାରୀ ତେଲେସପର ଲାକ୍ରା,ଏ.ଏସ.ଆଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ଦୁଷ୍ମନ୍ତ କୁମାର ବସନ୍ତରା, ଗୀତାଞ୍ଜଳୀ ବେହେରା, ଇଶ୍ୱର ଟୁଡୁ, ଶଙ୍କର ସିଂ, ବିଶ୍ୱନାଥ ସୋରେନ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories