www.samajalive.in
Monday, December 8, 2025
14.1 C
Bhubaneswar

ଗୁରୁବାର ରାଶିଫଳ (୧୦-୦୯-୨୦୨୦)

ମେଷ: ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ, କୀର୍ତ୍ତିମାନ୍‍ ଓ ସହିଷ୍ଣୁ ହେବେ।

ବୃଷ: ଭଲ ଆୟ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

- Advertisement -

ମିଥୁନ: ବହୁ ଶୁଭଯୋଗ ଅଛି। ସୁଖ-ସମ୍ମାନ ଲାଭ କରିପାରନ୍ତି। କର୍ମଚଞ୍ଚଳ ରହିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିପାରନ୍ତି। ସ୍ନେହପୂର୍ଣ୍ଣ ଭାଷା ବ୍ୟବହାର କରି ପ୍ରଭାବ ବିସ୍ତାର କରିବେ।

କର୍କଟ: ଆତ୍ମ ନିର୍ଭରଶୀଳ ହେବେ। ପରିଶ୍ରମ କଷ୍ଟ ଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ସୁସମ୍ବାଦ ପାଇ ଖୁସି ବ୍ୟକ୍ତ କରି ପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।

ସିଂହ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସ୍ୱକର୍ମ ଫଳଦାୟକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣା ଲାଗି ରହିବ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି। ଅର୍ଥ ପ୍ରାପ୍ତ ହେବେ।

ତୁଳା: ପରୋପକାରୀ ହେବେ। ନିଜ କାର୍ଯ୍ୟରେ ଦକ୍ଷ ହେବେ। ଚତୁର ହୋଇପାରନ୍ତି। ଧନଯୁକ୍ତ ହେବା ଆଶା କରାଯାଏ। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେଲେ ବି ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବିଛା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବାରେ ପାରଙ୍ଗମ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ରୁଚିକର ଭୋଜନ ମିଳିବ। ବନ୍ଧୁ ଓ ପରିବାର ଶ୍ରଦ୍ଧାଭାଜନ ହେବେ।

ଧନୁ: ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିତ୍ରଙ୍କ ପାଇଁ ସୁଖଭୋଗ କରିବେ। ପୁଣ୍ୟଦେହୀ ହେବେ।

ମକର: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ଯେ କୌଣସି ସୂତ୍ରରୁ ଅଧିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନଶାଳୀ ହେବେ। ସ୍ତ୍ରୀ, ପୁତ୍ରଙ୍କ ପାଇଁ ସୁଖଭୋଗ କରିପାରନ୍ତି। ଧନଶାଳୀ ହୋଇପାରନ୍ତି।

କୁମ୍ଭ: ଚିନ୍ତାଗ୍ରସ୍ତ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ସ୍ତରରୁ ଧନାଗମ ହେବ। ଯାନବାହନ ସୁଖ ମିଳିପାରେ। ସୁଭାଷୀ ହେବେ ଓ ସୁବିଦ୍ୟାଯୁକ୍ତ ହେବେ।

ମୀନ: ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ। ସକଳ ଗୁଣଯୁକ୍ତ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ନାନା ସୁନ୍ଦର ବସ୍ତୁ ଲାଭ କରିବେ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ସାଧନା ଫଳବତୀ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories