www.samajalive.in
Sunday, December 7, 2025
16.1 C
Bhubaneswar

ମହିଳା କର୍ମଚାରୀଙ୍କୁ ଉପଜିଲାପାଳଙ୍କ ଅସଦାଚରଣ ମାମଲା, ଉପଜିଲାପାଳଙ୍କ ଗିରଫ ଦାବି କଲା ସଚେତନ ମହିଳା ମଞ୍ଚ

ବଲାଙ୍ଗିର: ବଲାଙ୍ଗିର ଉପଜିଲାପାଳ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ନିଜେ ଉପଜିଲାପାଳଙ୍କ କରିଥିବା ଅସଦାଚରଣ ମାମଲା ଏବେ ବେଶ ଚର୍ଚ୍ଚାରେ ରହିଛି। ଘଟଣାର ସତ୍ୟତା ଜିଲା ପ୍ରଶାସନ ଖୋଜିବାକୁ ଲାଗିଥିବା ବେଳେ ଉଭୟ ପକ୍ଷର କିନ୍ତୁ ସମର୍ଥନ ଓ ବିରୋଧୀ ସାମ୍ନାକୁ ଆସିବାରେ ଲାଗିଛନ୍ତି। ଏପର୍ଯ୍ୟନ୍ତ ଉପଜିଲାପାଳଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ ସତ କିନ୍ତୁ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି । ଏକ ୬ ଜଣିଆ କମିଟି ଘଟଣାର ତଦନ୍ତ ଚଲାଇଛି।
ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲାପାଳଙ୍କ ଅସଦାଚରଣ ଘଟଣାକୁ ବଲାଙ୍ଗିର ସଚେତନ ମହିଳା ମଞ୍ଚ ପକ୍ଷରୁ ନିନ୍ଦା କରାଯାଇଛି। ଏନେଇ ମଞ୍ଚର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମହିଳା ମଞ୍ଚର ଅଭିଯୋଗ ଅନୁସାରେ ଜଣେ ବରିଷ୍ଠ ଓଏଏସ ଅଧିକାରୀ ନିଜର ଅଧସ୍ଥନ କର୍ମଚାରୀଙ୍କୁ ଏହିଭଳି ଅଶ୍ଲିଳ ବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା । ସଂପୃକ୍ତ ଅଧିକାରୀ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟାଳୟର ସିସିଟିଭିକୁ ଅଚଳ କରିରଖିବା ଏହି ଘଟଣାର ସତ୍ୟତାକୁ ସୂଚାଉଛି । ଏହି ଅଧିକାରୀଙ୍କୁ କେବଳ ନିଲମ୍ବିତ କରିଦେଲେ କାମ ସରିବ ନାହିଁ। ତାଙ୍କ ନାମରେ ପ୍ରଶାସନ ପକ୍ଷରୁ ଥାନାରେ ମାମଲା ଦାଏର ସହ ଗିରଫ କରିବାକୁ ମଞ୍ଚ ଅଧ୍ୟକ୍ଷା ସାଗରିକା ଗୁରୁ ଦାବି କରିଛନ୍ତି। ତେବେ ତଦନ୍ତ କରୁଥିବା କମିଟିର ତଦନ୍ତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏହା ଏକ ପ୍ରଶାସନିକ କମିଟି ହୋଇଥିବାରୁ ଏହାର ନିରପେକ୍ଷତା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ପ୍ରଶାସନିକ କର୍ମଚାରୀଙ୍କ ସହିତ ସମାଜସେବୀମାନଙ୍କୁ ସାମିଲ କରିବା ପାଇଁ ସଚେତନ ମହିଲା ମଞ୍ଚ ଦାବି କରିଛି । ଅଧ୍ୟକ୍ଷା ଶ୍ରୀମତି ଗୁରୁଙ୍କ ସହିତ ଗୀତାଞ୍ଜଳି ଦାସ, ନିହାରିକା ମିଶ୍ର, କରବୀ ଚାଟାର୍ଜି, ରଞ୍ଜିତା ମିଶ୍ର, ସଞ୍ଜୁ ମିଶ୍ର, କସ୍ତୁରୀ ରଥ, ବୀଣାପାଣି ଆଚାର୍ଯ୍ୟ, କୁସୁମ ଶତପଥୀ, ତୃପ୍ତି ଗୁରୁ ପ୍ରମୁଖ ଜିଲାପାଳ କାର୍ଯ୍ୟାଳୟ ଆସି ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଜିଲାପାଳ ସେମାନଙ୍କ ସହ ଆଲୋଚନା କରିବା ପାଇଁ ସମୟ ଦେଇନଥିବାରୁ ମହିଳାମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
ଏହି ଘଟଣାରେ ଶ୍ରୀ ମିଶ୍ରଙ୍କୁ ସରକାର ନିଲମ୍ବିତ କରିସାରିଛନ୍ତି । କେହି ଘଟଣାରେ ଶ୍ରୀ ମିଶ୍ରଙ୍କୁ ନିନ୍ଦା କରୁଥିବା ବେଳେ ଆଉ କିଛି ତାଙ୍କୁ ଫସାଇ ଦିଆଯାଇଥିବା କହୁଛନ୍ତି। ତାଙ୍କ ସପକ୍ଷରେ ମଧ୍ୟ କିଛି ଲୋକ ବାହାରି ଏକ ନିରପେକ୍ଷ ତଦନ୍ତ ଦାବି ପ୍ରସ୍ତୁତି ଚଲାଇଥିବା ଆଲୋଚନା ହେଉଛି । ତେବେ ଘଟଣାର ସତ୍ୟତା ତଦନ୍ତ କମିଟିର ଫାଇନାଲ ରିପୋର୍ଟ ପରେ ସାମ୍ନାକୁ ଆସିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories