www.samajalive.in
Monday, December 8, 2025
24.1 C
Bhubaneswar

ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି ବେଳେ ବିସ୍ଫୋରଣ; ୨ମୃତ

ଦେବଗଡ଼: ଦେବଗଡ ଥାନା ତଥା ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଂଟିଖୋଳ ଗ୍ରାମରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି କରୁଥିବାବେଳେ ଏହା ବିସ୍ଫୋରକ ହେବାରୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨ ଦିନ ପୂର୍ବେ କାଲି ଚିଲାଂଟିଖୋଳ ଗ୍ରାମର ପବିତ୍ର ପଟ୍ଟାଙ୍କ ଘରକୁ ପବିତ୍ରଙ୍କ ସମ୍ପର୍କୀୟ (ମାମୁଁ ପୁଅ ଭାଇ)ରଞ୍ଜିତ ଭୋଇ ଓ ସନ୍ତୋଷ ପଟ୍ଟା(ମାଉସୀପୁଅ ଭାଇ)ରିଆମାଳ ଥାନାଞ୍ଚଳର କଂସର ଗ୍ରାମରୁ ଆସିଥିଲେ। ଗତକାଲି ଦିନ ପ୍ରାୟ ୧୧ ଟା ସମୟରେ ପବିତ୍ରଙ୍କ ଘରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ମାନେ ସେଠାକୁ ଯାଇ ଦେଖିବାରୁ ସେଠାରେ ରଞ୍ଜିତ ଓ ସନ୍ତୋଷଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିଲା। ତେବେ ବେଆଇନ ଭାବେ ବିସ୍ଫୋରକ ତିଆରି କରଯାଉଥିବାରୁ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ପରିବାର ଲୋକେ ଏକଥାକୁ ଚପାଇଦେବା ପାଇଁ ଉଦ୍ୟମ କରିଥିଲେ। ଏପରିକି ଏକଥା ପ୍ରଗଠ ନ କରିବା ପାଇଁ ପବିତ୍ର ଗାଁ ଲୋକଙ୍କୁ ମଧ୍ୟ ନିବେଦନ କରିଥିଲେ। ଫଳରେ ଏ ସମ୍ପର୍କରେ କେହି ହେଲେ ପୁଲିସକୁ ସୂଚନା ଦେଇନଥିଲେ। ଅନ୍ୟପକ୍ଷରେ ଚିଲାଂଟିଖୋଳ ଗାଁଟି ଘଞ୍ଚ ଜଙ୍ଗଲରେ ଥିବାରୁ ଏବଂ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ସେବା ନ ଥିବାରୁ ଏକଥା ଅନ୍ୟ ଗ୍ରାମର ଲୋକମାନେ ଜାଣିପାରି ନ ଥିଲେ। ତେବେ ଭବିଷ୍ୟତରେ ବିପଦ ସୃଷ୍ଟି ହେବାର ଅଶଙ୍କା କରି କେତେକ ଗ୍ରାମବାସୀ ପୁଲିସକୁ ସୂଚନା ଦେବାକୁ ପରାମର୍ଶ ଦେବାରୁ ଗାଁ ସଭାପତି ଦୁର୍ଯ୍ୟୋଧନ ଧରୁଆଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ବୈଠକ ବସିଥିଲା। ଘଟଣାକୁ ନ ଚପାଇ ପୁଲିସକୁ ସୂଚନା ଦେବାପାଇଁ ଉକ୍ତ ବୈଠଳରେ ନିଷ୍ପତ୍ତି ହୋଇଥିଲା ଓ ରାତ୍ରିରେ ଏ ନେଇ ପବିତ୍ର ଲଇମୁରା ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ। ସୂଚନା ପାଇ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଓ ଲଇମୁରା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନଦତ ଆରମ୍ଭ କରିଥିଲେ।

- Advertisement -

ତେବେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ତଦନ୍ତ ଆଇଁ ଆଜି ସକାଳେ ଦେବଗଡ ଏସ୍‍.ଡି.ପି.ଓ.ସୁଲେମାନ ଏକ୍କା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଅନ୍ୟପକ୍ଷରେ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରାଯାଇଛି। ତେବେ ଘଟଣା ସମ୍ପର୍କରେ ଏସ୍‍.ଡି.ପି.ଓ.ଶ୍ରୀ ଏକ୍କା ତଦନ୍ତ ଚାଲିଥିବା ଦର୍ଶାଇ କୌଣସି ମତାମତ ଦେବାକୁ ମନାକରିଛନ୍ତି। ତେବେ ଜନ୍ତୁ ଶିକାର ନିମନ୍ତେ ବିସ୍ଫୋରକ ତିଆରି କରୁଥିବା ବେଳେ ଏହା ବିସ୍ଫୋରକ ହେବାରୁ ରଞ୍ଜିତ ଓ ସନ୍ତୋଷଙ୍କର ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି। ତେବେ ଗୃହକର୍ତା ପବିତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସ୍ପଷ୍ଟ ସୂଚନା ନ ଦେଇ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଛନ୍ତି।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories