ଖୋର୍ଦ୍ଧା:୧୬ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଚାଳକ ଜୀବନ୍ତ ଦଗ୍ଧ ଏବଂ ଗାଡିର ସହାୟକ ଗୁରୁତର ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଏକଟ୍ରକଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆଇଚର ଯାଉଥିଲା। ତେବେ ରାସ୍ତାରେ ଅଟକି ଥିବା ଏକ କୋବି ବୋଝେଇ ଟ୍ରକର ସାମ୍ନା ସାମ୍ନି ପିଟି ହୋଇ ହୋଇଥିଲା।ଫଳରେ ଦୁର୍ଘଟଣା ପରେ ଗାଡ଼ିର ସାମ୍ନା ପଟ ଇଞ୍ଜିନରେ ନିଆଁ ଲାଗି ଯିବାରୁ ଘଟଣାସ୍ଥଳରେ ଗାଡିର ଡ୍ରାଇଭର ଅଗ୍ନିକାଣ୍ଡରେ ପୋଡି ହୋଇ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ହେଲଫରକୁ ସ୍ଥାନୀୟ ଲୋକମାନେ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି ।ତେବେ ଖବର ପାଇ ବାଲୁଗାଁ ଏସ.ଡି. ପି.ଓ ସୁରେଶ ଦାଶ, ବାଲୁଗାଁ ଓ ବାଣପୁର ଆଇ.ଆଇ.ସି ଦୁର୍ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା: ଡ୍ରାଇଭର ଜୀବନ୍ତ ଦଗ୍ଧ,ହେଲପର ଗୁରୁତର, ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ
Popular Categories



