www.samajalive.in
Friday, December 5, 2025
23.1 C
Bhubaneswar

୯ ଜଣିଆ ଡ଼କାୟତି ଦଳ ଗିରଫ; ମାରଣାସ୍ତ୍ର ସହିତ ଟଙ୍କା ଜବତ

ଫୁଲବାଣୀ : ଗତ କିଛିଦିନ ହେଲା ତୁମୁଡ଼ିବନ୍ଧ-କୋଟଗଡ଼ ରାସ୍ତାରେ ରାତ୍ର ହୋଇଗଲେ ହେଉଥିବା ଡ଼କାୟତିକୁ ନେଇ ଶେଷରେ ପୁଲିସ୍‍ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ କରି ଏହି ଗ୍ୟାଙ୍ଗ୍‍ ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀମାନଙ୍କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସେମାନଙ୍କଠାରୁ ମୋବାଇଲ୍‍ ଓ ଟଙ୍କା ଲୁଟ୍‍ କରୁଥିଲେ। ପୁଲିସ୍‍ ଉକ୍ତ ଗ୍ୟାଙ୍ଗ୍‍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଗୋଟିଏ ମଟରସାଇକଲ , ୧୨ ହଜାର ଟଙ୍କା , ୨ଟି ଛୁରି , ୨ ହଳ ସି,ଆର୍‍.ପି.ଏଫ୍‍ ଯବାନ ପୋଷାକ ସହିତ ୧୩ଟି ମୋବାଇଲ୍‍ ଜବତ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ରବିବାର ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ୍‍ ନମ୍ବର ଏନ୍‍-ଆଇ-୦୧-ଏଡ଼ି-୭୬୩୯ରେ ଲୁହା ପାଇପ୍‍ ବୋଝେଇ ହୋଇ ଆସୁଥିବା ବେଳେ ମଶାଣି ନିକଟରେ ଦୁର୍ବୃତ୍ତମାନେ ରାତ୍ର ପ୍ରାୟ ୧୨.୧୫ରେ ଅଚାନକ ଭାବେ ପଥର ମାରିଥିଲେ। ପଥର ମାଡ଼ରେ ଗାଡ଼ିର ଚାଳକ କୃଷ୍ଣଚନ୍ଦ୍ର ପାଣ୍ଡବଙ୍କର ମୁଣ୍ଡ ଫାଟି ଯାଇଥିଲ। ସେ ଗୁରୁତର ଅବସ୍ଥାରେ ସେଠାରେ ଅଚେତ ହୋଇ ପଡ଼ିଥିଲେ। ସେଠରେ ୨ ଜଣେ ଦୁର୍ବୃତ୍ତ ପହଞ୍ଚି ଉକ୍ତ ଗାଡ଼ି ଚାଳକଠାରୁ ଏକ ଧାରୁଆ ଅସ୍ତ୍ର ଦେଖାଇ ନଗଦ ୭୫୦୦ ଟଙ୍କା ଲୁଟି ନେଇଥିଲା। ଯେଉଁ ମାନଙ୍କର ବୟସ ପ୍ରାୟ ୧୮ ରୁ ୨୨ ବର୍ଷ ବୋଲି ଏତଲାରେ ଦର୍ଶାଯାଇଛି। ତେବେ ଏହି ସମୟରେ ପଛପଟୁ ପୁଣି ଏକ ଟ୍ରାକ୍‍ ଆସିଯିବା ଫଳରେ ଡ଼କାୟତମାନେ ଲୁଟ୍‍ କରିବାରେ ବିଫଳ ହୋଇଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ଗାଡ଼ିର କର୍ମଚାରୀମାନେ ଗାଡ଼ି ଚାଳକଙ୍କୁ ମେଡ଼ିକାଲ୍‍କୁ ଚିକିତ୍ସାପାଇଁ ଆଣିବା ସହିତ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଭାବେ ଏକ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‍ କେସ ନଂ ୬୭ା୨୦ ଦଫା ୩୯୫ , ୩୯୭ରେ ଏକ ମାମଲା ରୁଜୁକରି ଚଢାଉ ଆରମ୍ଭ୍‍ କରିବା ସହିତ ବିଭିନ୍ନ ସ୍ଥାନରୁ ୯ ଜଣ ଡ଼କାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୂର୍ବରୁ ମଧ୍ୟ କୋରାପୁଟ୍‍ ଅଞ୍ଚଳକୁ ଯାଉଥିବା ଏକ ଗାଡ଼ିରୁ ଲୁଟ୍‍ ହୋଇଥିଲା। ଏହି ମାମଲାରେ ମଧ୍ୟ ପୁଲିସ୍‍ ଏକ ମାମଲା ରୁଜୁ କରିଛି। ତେବେ ଦୀର୍ଘଦିନ ହେଲା ପୁଲିସ୍‍ ଆଖିରେ ଧୂଳିଦେଇ ଡ଼କାୟତି କରୁଥିବା ଏହି ଗ୍ୟାଙ୍ଗ୍‍କୁ ପୁଲିସ୍‍ ଗିରଫ କରିବାରେ ସଫଳ ହୋଇଛି। ଅସ୍ଥାୟୀ ଭାବରେ ଉକ୍ତ ଥାନାରେ ଦାୟିତ୍ୱରେ ଥିବା ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନେତୃତ୍ୱରେ ତଦନ୍ତ ଅଧିକାରୀ ଜୟନ୍ତ କୁମାର ସେଠୀ ବିଭିନ୍ନ ସ୍ଥାନରେ ଚଢାଉ କରି ଡ଼କାୟତ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଥିଲେ। ତେବେ ଏହି ଗ୍ୟାଙ୍ଗ୍‍ର ଲିଡର କିଏ ଓ ଅନ୍ୟ କିଏ ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ ଏନେଇ ମଧ୍ୟ ପୁଲିସ୍‍ ଖୋଳତାଡ଼ ଆରମ୍ଭ କରିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories