www.samajalive.in
Sunday, December 7, 2025
16.1 C
Bhubaneswar

କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାପାଳଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ: କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବୁଧବାର ବାଙ୍କୀ ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବନ୍ୟାଞ୍ଚଳକୁ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଶୁଣି ଅନୁଧ୍ୟାନ କରିଥିବା ଜଣାପଡିଛି। ପ୍ରଥମେ ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବରଠାରେ ପହଞ୍ଚି ହୁଳୁହୁଳା ପୋଲ ଉପରେ ୮ ଫୁଟ ପାଣି ରହିଥିବା ଦେଖି ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଜିଲ୍ଲାପରିଷଦ ମାନସ କୁମାର ମହାପାତ୍ର, ବରିଷ୍ଠ ନେତା ତଥା ସମାଜସେବୀ ଗତିକୃଷ୍ଣ ସ୍ୱାଇଁ, ସରପଞ୍ଚ ତରୁଣ କୁମାର ମହାପାତ୍ର ଏବଂ ସ୍ଥାନୀୟ ଯୁବ ଅନୁଷ୍ଠାନର ପ୍ରତିନିଧିମାନେ ବନ୍ୟା ପରେ ପରେ ହୁଳୁହୁଳା ପୋଲ ଟିକୁ ଉଚ୍ଚା ଓ ପ୍ରସସ୍ଥ କରିବା ପାଇଁ ଅନୁରୋଧ କରିଥିଲେ। ଏହାଦ୍ୱାରା ବନ୍ୟା ସମୟରେ ଅନ୍ତତଃ ସରଣ୍ଡାଗଡର ବିଭିନ୍ନ ପଞ୍ଚାୟତ ସହିତ ତିଗିରିଆ ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ ବୋଲି ଅନୁରୋଧ କରିଛନ୍ତି। ସେହିପରି ଦୀର୍ଘ ବର୍ଷ ଧରି ସୁବର୍ଣ୍ଣପୁର ଓ ରତାଗଡ ୨ ପଞ୍ଚାୟତରେ ପାନୀୟଜଳ ବର୍ଷ ତମାମ ଉତ୍କଟ ଅଭାବ ଦେଖାଦେଇଥିବାରୁ ସ୍ଥାୟୀ ପ୍ରତିକାର ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ୨ ସମସ୍ୟାର ସମାଧାନ ପାଇଁ ସରପଞ୍ଚ ତରୁଣ କୁମାର ମହାପାତ୍ର ପଞ୍ଚାୟତ ପକ୍ଷରୁ ଏକ ଅନୁରୋଧ ପତ୍ର ଲେଖି ସୁବର୍ଣ୍ଣପୁର ପଞ୍ଚାୟତରେ ମହାନଦୀ କୂଳକୁ ଏକ ଗାର୍ଡ ୱାଲ୍‍ କରାଯାଇ ପାରିଲେ ନିଶ୍ଚିନ୍ତ ବିପଦ ମୁଖରୁ ପଞ୍ଚାୟତବାସୀ ରକ୍ଷା ପାଇବେ ବୋଲି କହିଛନ୍ତି। ଏହି ପରିଦର୍ଶନରେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା, ଡମପଡା ତହସିଲଦାର ଖିତିଶ କୁମାର ବେହେରା, ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାଙ୍କୀର ସ୍ୱତନ୍ତ୍ର ସମ୍ପଦ ଅଂଶୁପା ହ୍ରଦର ବନ୍ୟା ପ୍ରଭାବ ଏବଂ ଅଂଶୁପା କୂଳରେ ଥିବା ସବୁଜ ପ୍ରାକୃତିକ ଅଂଚଳକୁ ପରିଦର୍ଶନ କରି ବନ୍ୟାଜଳ ପ୍ରବେଶର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଓସ୍ତିଆ ସରପଞ୍ଚଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା, ସମାଜସେବୀ ମନୋଜ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦଳେଇ ଓ କୃଷ୍ଣଚନ୍ଦ୍ର ବରାଳ, ବିଶ୍ୱଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସରଣ୍ଡା ଅଂଚଳର ବନ୍ୟାଜଳ ପ୍ରଭାବିତ ଅଂଚଳ ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଂଶୁପା କୂଳରେ ବହୁ ନାଗା ଦଳ ଭର୍ତ୍ତି ହୋଇଥିବାର ଅନୁଧ୍ୟାନ କରି କିଭଳି ଭାବରେ ଏହାକୁ ପୁନଃ ପରିଷ୍କାର କରାଯାଇ ସବୁଜ ସୈାନ୍ଦର୍ୟ୍ୟ ଓ ପ୍ରାକୃତିକ ମନୋରଂଜନ ଫେରି ଆସିବ ସେ ଦିଗରେ ବିଭାଗୀୟ ଦାୟିତ୍ୱ ନେବା ପାଇଁ ଆଲୋକପାତ କରିଥିଲେ। ପରେ ପରେ ସାଂସଦଙ୍କ ସହ ଜିଲ୍ଲାପାଳ ଡମପଡା ବ୍ଲକର ଭେଡା ରାମଚନ୍ଦ୍ରପୁର ଅନ୍ତର୍ଗତ ଚନ୍ଦ୍ରପା ପୋଲ ପରିଦର୍ଶନ କରି ବନ୍ୟା ପ୍ରଭାବରେ ଅଂଚଳର ବ୍ୟାପକ କୃଷି କ୍ଷେତ ବୁଡି ରହିଥିବା ଦେଖିଥିଲେ। ବାଙ୍କୀ ଏନଏସି ଅନ୍ତର୍ଗତ ଜିଲ୍ଲାକୃଷି ଅଧିକାରୀ କାର୍ୟ୍ୟାଳୟ ଏବଂ ବିଲିପଡା ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ହରିରାଜପୁର ପଞ୍ଚାୟତର ଯୋରକୂଳ ଗ୍ରାମ ପରିଦର୍ଶନ କରି ଜଳବନ୍ଦୀ ମାନଙ୍କର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସ୍ଥାନୀୟ ନେତା ସୁବାଷ ଚନ୍ଦ୍ର ପାଢୀ, ସନ୍ତୋଷ କୁମାର ରଣା ଓ ସାମ୍ବାଦିକମାନେ ଏହି ବନ୍ୟାଞ୍ଚଳ ପରିଦର୍ଶନରେ ଉପସ୍ଥିତ ରହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories