www.samajalive.in
Saturday, December 6, 2025
26.1 C
Bhubaneswar

ସାର ପାଇଁ ସଂଘର୍ଷ : କୃଷି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବୌଦ୍ଧ : ଦୁଇଦିନ ତଳେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରି ଜିଲାରେ ସାର କଳାବାଜର କରୁଥିବା ସମବାୟ ସମ୍ପାଦକ ଓ ରିଟେଲରମାନଙ୍କ ଉପରେ ଚଢାଉ କରାଯାଇଥିଲେ ମଧ୍ୟ ଚାଷୀଙ୍କୁ ଠିକ୍‍ ଭାବରେ ସାର ମିଳିପାରୁନଥିବା ଅଭିଯୋଗ ହୋଇଛି। ବତର୍ମାନ ଜମିରେ ଧାନ କେଣ୍ଡା ଧରୁଥିବାବେଳେ ୟୁରିଆ ସାର ପ୍ରୟୋଗର ଆବଶ୍ୟକତା ରହିଛି। ତେଣୁ ଚାଷୀମାନେ ବ୍ୟସ୍ତ ବିବ୍ରତ ହୋଇ ସାର ପାଇଁ ସମବାୟ ସମିତି,ରିଟେଲର ପାଖରୁ ନିରାଶ ହୋଇ ଫେରିବା ପରେ ବ୍ଲକ କାର୍ଯ୍ୟାଳୟ ଓ ଜିଲା କୃଷି କାର୍ଯ୍ୟାଳୟରେ ସାର ଯୋଗାଇଦେବାକୁ ଭିଡ ଜାମଉଛନ୍ତି। କିନ୍ତୁ ଜିଲା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଆବଶ୍ୟକୀୟ ସାର ଯୋଗାଣ ସମ୍ଭବ ହୋଇପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ଗୋଟିଏ ପଟେ ମାର୍ଚ୍ଚ ମାସରୁ କରୋନା କଟକଣା ଯୋଗୁଁ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ସାର ଠିକ୍‍ ସମୟରେ ପହଞ୍ଚି ପାରୁନଥିବା ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଉଥିଲା। କିନ୍ତୁ ସରକାର ଟ୍ରେନ ଯୋଗେ ମାଲ ପରିବହନ ବନ୍ଦ କରିନଥିବାବେଳେ କୃଷି ବିଭାଗ ଚାଷୀମାନଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ଚଢାଉ ପରେ କଳାବଜାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ଆବଶ୍ୟକୀୟ ସାର ଚାଷୀମାନଙ୍କୁ ଯୋଗାଇ ନଦେଲେ ଚାଷୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି। ଆଜି ବାମଣ୍ଡା ପଞ୍ଚାୟତର ରଘୁନାଥପୁର ଗ୍ରାମର ଚାଷୀମାନେ ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟରେ ପହଞ୍ଚିବାପରେ ଜିଲାକୃଷି ଅଧିକାରୀ ସେମାନଙ୍କୁ ସାର ଯୋଗାଇପାରିବେନାହିଁ ବୋଲି ରୋକଠୋକ ଜଣାଇବା ପରେ ଚାଷୀମାନେ ଉତ୍ୟକ୍ତ ହୋଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନଙ୍କୁ ତୁରନ୍ତ ସାର ଯୋଗାଇ ନଦେଲେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲାରେ ସାରର ଅଭାବକୁ ନେଇ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣାଯାଇଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତପ୍ରକାଶ ପାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories