www.samajalive.in
Sunday, December 7, 2025
16.1 C
Bhubaneswar

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆଇଆରଏଡି ବ୍ୟବସ୍ଥା : କେନ୍ଦ୍ରକୁ ପତ୍ର ଲେଖିଲା ପରିବହନ ବିଭାଗ

ଭୁବନେଶ୍ୱର : ଡିଜିଟାଲ ମାଧ୍ୟମରେ ସଡ଼କ ଦୁର୍ଘଟଣାର ତଥ୍ୟ ସଂଗ୍ରହ ପାଇଁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟେଡ୍ ରୋଡ଼ ଆକ୍ସିଡେଣ୍ଟ ଡାଟାବେସ୍ (ଆଇଆରଏଡି) ବ୍ୟବସ୍ଥା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ ସମ୍ପୂର୍ଣ୍ଣ ଭାବେ ମାନୁଆଲ ପଦ୍ଧତିରେ ହେଉଛି। ଏପରିସ୍ଥଳେ ଓଡ଼ିଶାରେ ଅବିଳମ୍ବେ ପରୀକ୍ଷାମୂଳକ ଭାବେ ଆଇଆରଏଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଦାବି କରିଛି। ଏନେଇ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ନିର୍ଦେଶକ (ସଡ଼କ ସୁରକ୍ଷା) ପରେଶ କୁମାର ଗୋୟଲଙ୍କୁ ପତ୍ର ଲେଖିଛନ୍ତି।

ଶ୍ରୀ ପାଢ଼ୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ ଡିଜିଟାଲ ମାଧ୍ୟମରେ କ୍ଷେତ୍ର ଉପରୁ ସଡ଼କ ଦୁର୍ଘଟଣାର ତଥ୍ୟ ସଂଗ୍ରହ ପାଇଁ ଚଳିତ ବର୍ଷ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଆଇଆଇଟି ମାଡ୍ରାସ୍ ଓ ଏନ୍‌ଆଇସିର ମିଳିତ ଉଦ୍ୟମରେ ଆଇଆରଏଡି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ତେବେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଓଡ଼ିଶାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅବା ଏଥିରେ ଗୁରୁତର ଆହତ ଘଟଣାର କ୍ଷେତ୍ର ଉପରୁ ତଥ୍ୟ ସଂଗ୍ରହ କରାଯାଉଛି। ଆରଟିଓ, ରାସ୍ତା ନିର୍ମାଣ କରିଥିବା ବିଭାଗ ଓ ପୁଲିସ ମିଳିତ ଭାବେ ଏହି ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିସହ ଯୁଗ୍ମ ନିରୀକ୍ଷଣ ବ୍ୟବସ୍ଥା ଅନୁସାରେ ସେମାନଙ୍କର ମତାମତ ରେକର୍ଡ କରାଯାଉଛି। ତେବେ ଆଧୁନିକ ବ୍ୟବସ୍ଥାର ଅଭାବରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ମାନୁଆଲ ପଦ୍ଧତିରେ କରାଯାଉଛି। ସଡ଼କ ଦୁର୍ଘଟଣାର ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଏକ ଏସ୍‌ଓପି ପ୍ରସ୍ତୁତ କରିଛନ୍ତି। ଏହା ଅନୁସାରେ ଜିଲା ସ୍ତରରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ମିଳିତ ନିରୀକ୍ଷଣ କାର୍ଯ୍ୟର ତଦାରଖ ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରୁଛନ୍ତି।

- Advertisement -

ତେବେ ଏପରି ଅବସ୍ଥାରେ ଯଦି ଆଇଆରଏଡି ବ୍ୟବସ୍ଥା ଆରମ୍ଭ କରାଯାଏ ତା ହେଲେ ବ୍ଲାକ୍ ସ୍ପଟ୍ ଚିହ୍ନଟ ସହ ସଡ଼କ ଡିଜାଇନ୍ ପ୍ରସ୍ତୁତି ତଥା ସଡ଼କ ସୁରକ୍ଷା ଉପରେ ଏହାର ପ୍ରଭାବ ସମ୍ପର୍କିତ ତଥ୍ୟ ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ଏଥିସହ ଏକ ଟାବ୍ ଜରିଆରେ ଦୁର୍ଘଟଣାସ୍ଥଳର ଭିଡ଼ିଓ ରେକର୍ଡିଂ କରାଯିବା ସହ ଦୁର୍ଘଟଣାସ୍ଥଳର ଜିଓ ଟ୍ୟାଗିଂ ହୋଇପାରିବ। ଏହା ଦ୍ବାରା ସଡ଼କ ଦୁର୍ଘଟଣା ହ୍ରାସ କରିବା କାର୍ଯ୍ୟ ଅଧିକ ଫଳପ୍ରଦ ହୋଇପାରିବ। ଆଇଆରଏଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କର ସମ୍ପୃକ୍ତ ବିଭାଗ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବ। ତେଣୁ ଅବିଳମ୍ବେ ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଆଇଆରଏଡି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଶ୍ରୀ ପାଢ଼ୀ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories