www.samajalive.in
Saturday, December 6, 2025
26.1 C
Bhubaneswar

ମହାନଦୀ ବନ୍ୟାରେ ହରଭଙ୍ଗା ଜଳମଗ୍ନ- ଉଜୁଡିଲା ଧାନ ଚାଷ, ରିଲିଫ ପ୍ରଦାନରେ ବିଳମ୍ବ

ହରଭଙ୍ଗା : ଲଗାଣବର୍ଷା ସାଙ୍ଗକୁ ହୀରାକୁଦର ବନ୍ୟାଜଳ ନିଷ୍କାସନରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲର ୫୫ରୁ ଅଧିକ ନଦୀକୂଳିଆ ଗାଁ ଦୀର୍ଘ ୭ଦିନହେଲା ଜଳମଗ୍ନ ହୋଇରହିଛି। ଏହା ସହିତ ୩୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ରହିଛି। ମାରଡା,କୋଡାଶିଙ୍ଗା ,ଖଣ୍ଡିଧଳପୁର,ଏବଂ ପାଣିଘରା ଲୋକେ ଦୀର୍ଘ ୫ଦିନହେଲା ପାଣିଘେରରେ ରହିଛି। ଯଦିଓ ଘରଦ୍ୱାରରେ ବନ୍ୟାପାଣି ପଶିବା ଭଳି ପରିସ୍ଥିତ ଉପୁଜିନାହିଁ। ମାତ୍ର ବନ୍ୟା ପାଣିରେ ଶହ ଶହ ହେକ୍ଟର ଧାନ ଚାଷ ପଚିସଢି ନଷ୍ଟ ହେବାକୁ ବସିଛି।

ବନ୍ୟା ବିଭିଷୀକାରେ ଧାନ ଚାଷ ସଂପୂର୍ଣ୍ଣ ଉଜୁଡିଯିବା ସହିତ ଚାଷୀମୁଣ୍ଡରେ ବନ୍ୟାଚଡକ ପଡିଛି।ଏହା ସହିତ ଶହ ଶହ ଏକର ଚାରଣ ଜମିରେ ବନ୍ୟାପାଣି ଜମିରହିବାରୁ ଗାଈ,ଗୋରୁଛେଳି,ମେଣ୍ଢା ପଶୁଜନ୍ତୁ ମଧ୍ୟ ଖାଦ୍ୟଭାବରୁ ଭୋକଉପାସରେ ରହିଥିବା ଜଣାପଡିଛି।ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଗାଁ ଗୁଡିକୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି।ମାତ୍ର ସାତ ଦିନ ପାଣିଘେରରେ ରହିଥିବା ହରଭଙ୍ଗା,ଡିଆଁଘାଟ,ଭେଜିଗୁଡା,ସୁରୁଣ୍ଡି ଭଳି ଅନେକ ଗ୍ରାମରେ ରିଲିଫ ପ୍ରଦାନରେ ବିଳମ୍ବ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତୁରନ୍ତ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଗାଈ,ଗୋରୁଙ୍କ ପାଇଁ ଦାନା ଯୋଗାଇବାକୁ ସାଧାରଣରେ ଦାବୀ ଉଠୁଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories