www.samajalive.in
Sunday, December 7, 2025
15.1 C
Bhubaneswar

ଦୁଃଖ ଦେଉଛି ବୈତରଣୀ- ଜଳବନ୍ଦୀରେ ଆରଡିର ଆଖଣ୍ଡଳମଣିପୀଠ

ଆରଡି : ଦୀର୍ଘ ୯ବର୍ଷ ପରେ ପୂଣ୍ୟତୋୟା ବୈତରଣୀ ନଦୀ ଦେଖାଇଛି ତାର କରାଳ ରୂପ। ଯାହାର ତାଣ୍ଡବରେ ଆରଡି ସମେତ ଆଖପାଖ ୨୧ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ୨୦୧୧ ମସିହାରେ ବୈତରଣୀ ନଦୀର ନଦୀବନ୍ଧ ଭାଙ୍ଗିବା ଦ୍ୱାରା ଘୋଘୋ ହୋଇ ବନ୍ୟାଜଳ ମାଡି ଯାଇଥିଲା ୪ଟି ପଞ୍ଚାୟତକୁ। ହେଲେ ଚଳିତବର୍ଷ ବୈତରଣୀ ନଦୀର ବନ୍ଧ ଭାଙ୍ଗିନି ସତ କିନ୍ତୁ କୂଳ ଲଂଘି ବନ୍ୟା ପାଣି ଏପରି ମାଡି ଚାଲିଥିଲା ନିମିସକ ମଧ୍ୟରେ ଓଳଗ ପଞ୍ଚାୟତ ସମସ୍ତ ଗାଁ ଓ ପରେ ଆରଡି, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳର ସମସ୍ତ ଗାଁକୁ ବନ୍ୟାପାଣି ଖେଳିଯାଇଥିଲା।

ବନ୍ୟାପାଣି ଏପରି ମାଡି ଚାଲିଥିଲା ନଦୀ-କ୍ଷେତ-ପଥ ସବୁ ଯେପରି ଏକାକାର ହୋଇଯାଇଥିଲା। ହେଲେ ଆଗକୁ ପୂ୍‍ର୍ଣିମା ତିଥି ଥିବାରୁ ସମଦ୍ରର ଜୁଆର ଆରମ୍ଭ ହୋଇଯାଇଛି। ଫଳରେ ଉପରମୁଣ୍ଡରୁ ଖସୁଥିବା ବୈତରଣୀ ନଦୀର ବନ୍ୟାଜଳ ଠିକ ଭାବେ ନିଷ୍କାସିତ ନହୋଇ ଆରଡି ସମେତ ୪ଟି ପଞ୍ଚାୟତରେ ଲହଡି ଭାଙ୍ଗୁଛି। ଫଳରେ ପହଣା, ପାଲଟପୁର, ମୁଆଁ, ସନ୍ତରା, ସିଙ୍ଗିପୁର, ବାତୋଳ, ସାନପଙ୍କି, ଶୀତଳପୁର, ଭୂଇଁପୁର, ନାନ୍ଦପୁର, କୋଇଲିଖା, ବାଙ୍କମୁଆ, ଖଟୁଆପାଟଣା ଆଦି ୨୧ଖଣ୍ଡ ଗାଁରେ ବନ୍ୟାପାଣି ଅଣ୍ଟାଏ ଉଚ୍ଚରୁ ଲହଡି ମାରୁଥିବାରୁ ଶତାଧିକ ପକାଘର ସମେତ କଚାଘରରେ ପାଣି ପଶି ରହିଥିବାରୁ କିଏ ଘର ସଙ୍ଗା ଉପରେ ଆଶ୍ରୟ ନେଇଛି ତ ଆଉ କିଏ ଛାତ ଉପରେ ପାଲ ଟାଣି ରହିଛି।

- Advertisement -

ବନ୍ୟାର ବିଭୀଷିକା ଦୀର୍ଘ ୪ଦିନ ବିତିଯାଇଥିଲେ ମଧ୍ୟ ସରକାରୀ ସାହାଯ୍ୟ ଓ ସୁବିଧା ଭଦ୍ରକରେ ଅଟକି ଯାଇଛି। ଫଳରେ ନଳକୂପ ବୁଡି ରହିଥିଲେ ମଧ୍ୟ ବନ୍ୟାବିପନ୍ନଙ୍କୁ ନା ମିଳୁଛି ବିଷୁଦ୍ଧ ପାଣି ନା ଯାତାୟତ ପାଇଁ ମିଳିଛି ଡଙ୍ଗା। ଫଳରେ ବହୁ ଗାଁରେ ରୋଗୀ ପୀଡାରେ କଲବଲ ହେଉଥିଲେ ମଧ୍ୟ ବିପନ୍ନ କୈାଣସି ଉପାୟ ନପାଇ ଶେଷରେ କିଛି ଲୋକ ଡଙ୍ଗା ଭଡା କରି ଆରଡି ମେଡିକାଲକୁ ଆସିଥିବା ସନ୍ତରାରର ଶୁକରାମ ବିଶ୍ୱାଳ, ମନ୍ଦର ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି। ବିଶେଷକରି କ୍ଷେତରେ ଦୀର୍ଘ ୭/୮ଦିନ ହେବ ୧୦/୧୧ଫୁଟ ଉଚ୍ଚରେ ବନ୍ୟାଜଳ ଲହଡି ମାରୁଥିବାରୁ ଗୃହପାଳିତ ପଶୁ ଓ ବୁଲା ଶଣ୍ଢ ମଧ୍ୟ ଖାଦ୍ୟ ବିନା ଭୋକିଲା ରାଜରାସ୍ତାରେ ବନ୍ଧା ହୋଇଛନ୍ତି। ଏପରି ସଂକ୍ରାନ୍ତରେ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ କୁମାର ସୁତାରଙ୍କୁ ପଚାରିବାରୁ ଆମ ସ୍ତରରେ କିଛି ହେବନି ଯାହା ଭଦ୍ରକ ପ୍ରଶାସନ କରିପାରିବ, ତାହାସହ ଏପରି ସମସ୍ୟା ବାବଦରେ ବିଡିଓଙ୍କ ସହ କଥା ହେବେ ବୋଲି ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories