www.samajalive.in
Thursday, December 11, 2025
16.1 C
Bhubaneswar

+୨ ଅନ୍‍ଲାଇନ୍‍ ଆବେଦନ ଅବଧି ବୃଦ୍ଧି ପାଇଁ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ ଦାବି

ଭୁବନେଶ୍ୱର : ଯୁକ୍ତ ୨ ଅନ୍‍ଲାଇନ୍‍ ଫର୍ମ ଦାଖଲର ଶେଷ ତାରିଖ ପରିବର୍ଦ୍ଧନ ପାଇଁ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ ଦାବି କରାଯାଇଛି। ଚଳିତମାସ ୨୧ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଛାତ୍ରଛାତ୍ରୀମାନେ ଅନ୍‍ଲାଇନ୍‍ର ଆବେଦନ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟେକନିକାଲ୍‍ ଅସୁବିଧା କାରଣରୁ ଏକାଥରେ ବହୁ ଛାତ୍ରଛାତ୍ରୀ ଆବେଦନ କରୁଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ବିଦ୍ୟାର୍ଥୀମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ହଜାର ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ଆବେଦନ କରିପାରୁନାହାଁନ୍ତି।

ଆସନ୍ତା ସେପ୍ଟେମ୍ବର ୪ ପର୍ଯ୍ୟନ୍ତ କମନ୍‍ ଆପ୍ଲିକେସନ୍‍ ଫର୍ମ ଶେଷ ତାରିଖ ହୋଇଥିବାରୁ ବିଦ୍ୟାର୍ଥି ଓ ଅଭିଭାବକଙ୍କ ଚିନ୍ତାର କାରଣ ହୋଇଛି। ରାଜ୍ୟ ସରକାର ତୁରନ୍ତ ଅନଲାଇନ୍‍ ଆବେଦନର ଅବଧି ବୃଦ୍ଧି କରିବା ସହିତ ୱେବ୍‍ସାଇଟ୍‍ରେ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଆସନ୍ତା ୨.୯.୨୦୨୦ରିଖ ବୁଧବାର ଦିନ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଛାତ୍ରସଂଘର ସଭାନେତ୍ରୀ ସଂଘମିତ୍ରା ଜେନା ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories