www.samajalive.in
Monday, December 8, 2025
13.1 C
Bhubaneswar

ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ – ପ୍ରଧାନମନ୍ତ୍ରୀ

‘ମନ୍‍ କି ବାତ୍‍’ରେ କହିଲେ ମୋଦୀ, କରୋନା ସଂକଟରେ ହାର ମାନିନାହାନ୍ତି ଆମ କୃଷକ

ଆଜିର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ଓଣମ୍‍ ବିଷୟରେ କହିବା ସହ ଆମ ଦେଶର କୃଷକମାନଙ୍କ ସଫଳତା କଥା ବଖାଣିଛନ୍ତି। ସେ କହିଛନ୍ତି, ଓଣମ୍‍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି। ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍‍ ତିଆରି କରନ୍ତି। ଓଣମ୍‍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ। ମୋଦୀ କହିଛନ୍ତି, ଓଣମ୍‍ର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି। ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମ୍‍ର ଖୁସି ସବୁଠି ଦେଖିବାକୁ ମିଳିଛି। ଓଣମ୍‍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି।

- Advertisement -

ସେ କହିଛନ୍ତି ଯେ ଓଣମ୍‍ ଏକ କୃଷିଭିତିକ ପର୍ବ। ଏହା ଆମ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆରମ୍ଭର ସମୟ ହୋଇଥାଏ। ଚାଷୀମାନଙ୍କ ଶକ୍ତିରେ ହିଁ ଆମ ଜୀବନ ଓ ଆମ ସମାଜ ଚାଲିଥାଏ। ଆମ ପର୍ବପର୍ବାଣି ଚାଷୀମାନଙ୍କ ପରିଶ୍ରମ ଯୋଗୁଁ ହିଁ ଆନନ୍ଦମୟ ହୋଇଥାଏ। ଆମର ଅନ୍ନଦାତା, ଚାଷୀମାନଙ୍କ ଜୀବନଦାୟିନୀ ଶକ୍ତିକୁ ବେଦରେ ମଧ୍ୟ ଅତି ଗୁରୁତ୍ୱର ସହ ପ୍ରଣାମ କରାଯାଇଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ରୂଗ ବେଦରେ ଥିବା ଏକ ଶ୍ଳୋକର ଅବତାରଣା କରିଛନ୍ତି।

ମୋଦୀ କହିଛନ୍ତି, ଆମର ଚାଷୀମାନେ କରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ନିଜ ଶକ୍ତିକୁ ପ୍ରମାଣିତ କରିଛନ୍ତି। ଆମ ଦେଶରେ ଏଥର ଖରିଫ ଫସଲ ବୁଣା ଗତବର୍ଷ ତୁଳନାରେ ସାତ ପ୍ରତିଶତ ଅଧିକ ହୋଇଛି। ଧାନ ତଳି ରୁଆ ଏଥର ପ୍ରାୟ ଦଶ ପ୍ରତିଶତ, ଡାଲିଜାତୀୟ ଫସଲ ପ୍ରାୟ ପାଂଚ ପ୍ରତିଶତ, ମକା-ବାଜରା- ମାଣ୍ଡିଆ ଆଦି ପ୍ରାୟ ତିନି ପ୍ରତିଶତ, ତୈଳବୀଜ ଜାତୀୟ ଫସଲ ପ୍ରାୟ ତେର ପ୍ରତିଶତ, କପା ପ୍ରାୟ ତିନି ପ୍ରତିଶତ ଅଧିକ ଚାଷ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପରିଶ୍ରମକୁ ପ୍ରଣାମ ଜଣାଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories