www.samajalive.in
Saturday, December 13, 2025
15.1 C
Bhubaneswar

ଆସିପାରିଲାନି ଡଙ୍ଗା କି ଆମ୍ବୁଲାନ୍ସ ବନ୍ୟା ପାଣିରେ ୫ କିମି ବାଉଁଶରେ କାନ୍ଧେଇ ଆଣିଲେ ଶବ

ଧାମନଗର : ଭଦ୍ରକ ଜିଲା ଧାମନଗର ଥାନା ଖଡିପଦା ପଞ୍ଚାୟତ ଦକ୍ଷିଣକୁରୁଆ ଗାଁର ଜଣେ ଯୁବକ ଶୁକ୍ରବାର ବନ୍ୟା ସ୍ରୋତରେ ଭାସି ନିଖୋଜ ଥିଲେ। ୨୪ ଘଣ୍ଟା ପରେ ଶନିବାର ସମ୍ପୃକ୍ତ ଯୁବକଙ୍କ ମୃତଦେହ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। ମାତ୍ର ଶବ ଆଣିବା ପାଇଁ ଲୋକେ ବନ୍ୟା ପାଣିରେ କଦଳୀ ଭେଳା ସହାୟତାରେ ୫ କିଲୋମିଟର ଚାଲି ଚାଲି ବାଉଁଶରେ କାନ୍ଧେଇ ଆଣିଛନ୍ତି। ଆସିପାରିଲାନି ଡଙ୍ଗା କି ଆମ୍ବୁଲାନ୍ସ। ଏନେଇ ସାଧାରଣରେ ତୀବ୍ର ଅସାନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଦକ୍ଷିଣକୁରୁଆ ଗାଁର ଅକ୍ଷୟ ଯେନାଙ୍କ ପୁଅ ହେମନ୍ତ କୁମାର ଯେନା (୨୪) ଶୁକ୍ରବାର ଘର ନିକଟରେ ବନ୍ୟା ସ୍ରୋତରେ ଭାସି ଯାଇଥିଲା। ପ୍ରଥମେ ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ତାଙ୍କ ଘରେ ସଉଦା ନଥିଲା। ସଉଦା ଆଣିବାକୁ ହେମନ୍ତ ଗାଁ ପାଖ ଦୋକାନକୁ ଯାଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ବନ୍ୟାର ସ୍ରୋତ ଏତେ ଅଧିକ ଥିଲା ଯେ ଗାଁ ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ସାହସ କରିନଥିଲେ। ପରେ ଲୋକେ ବିଡିଓ, ଥାନା ଏବଂ ଦମକଳ ବାହିନୀଙ୍କ ସହିତ ଯୋଗାଯୋଗ କରିଥିଲେ। ହେଲେ କେହିଁ ଫୋନ ଉଠାଇନଥିଲେ। ବାରମ୍ବାର ଫୋନ କରିବା ସତ୍ତ୍ବେ ବି ପ୍ରଶାସନ ଉଦ୍ଧାର ପାଇଁ କୌଣସି ବ୍ୟବସ୍ଥା କରିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବନ୍ୟା ପାଇଁ ବୋଟ, ଦେଶୀ ଡଙ୍ଗା, ଅଗ୍ନିଶ୍ରମ ବାହିନୀ ଓ ଓଡ୍ରାଫ ଟିମ ଧାମନଗରରେ ନିୟୋଜିତ ଥିବା ଏବଂ ବନ୍ୟା ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି ବୋଲି ବାରମ୍ବାର ସଫେଇ ଦେଉଥିବାବେଳେ ଜଣେ ଯୁବକଙ୍କୁ ବନ୍ୟା ସ୍ରୋତରୁ ଉଦ୍ଧାର କରିବା ପାଇଁ ଆସିପାରିଲାନାହିଁ। ଏହି ଘଟଣାକୁ ନେଇ ଧାମନଗର ବ୍ଲକରେ ବନ୍ୟା ନିୟନ୍ତ୍ରଣର ଅବ୍ୟବସ୍ଥା ପଦାକୁ ଆସିଛି।
ପ୍ରକାଶ ଥାଉକି ପ୍ରତିବର୍ଷ ବନ୍ୟା ସମୟରେ ଦୋବଲସ୍ଥିତ ଗେଙ୍ଗୁଟୀ ନଦୀରେ ପ୍ରଶାସନ ପକ୍ଷରୁ ଏକ ବୋଟ ରଖାଯାଇଥାଏ। ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ସହିତ ରିଲିଫ କାର୍ଯ୍ୟରେ ଏହି ବୋଟ କାର୍ଯ୍ୟ କରିଥାଏ। ଏହି ବନ୍ୟାରେ ଏଠାରେ ବୋଟ ନଥିବାରୁ ଆଜି ହେମନ୍ତଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଲା ବୋଲି ବୋଲି ପରିବାର ଅଭିଯୋଗ କରିଛନ୍ତି। ଆଜି ଉକ୍ତ ସ୍ଥାନରୁ ଜଳସ୍ତର ହ୍ରାସ ପାଇବା ପରେ ଘଟଣା ଘଟିଥିବା ସ୍ଥାନରୁ ପ୍ରାୟ ୫୦ ମିଟର ଦୂର କଳମ ବୁଦା ମୂଳେ ନିଖୋଜ ହେମନ୍ତଙ୍କ ଶବ ଲାଗିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ପରେ ଗ୍ରାମବାସୀ କଦଳି ଗଛର ଭେଳା କରି ସେଠାରୁ ତାଙ୍କ ଶବକୁ ଉଦ୍ଧାର କରିଥିଲେ। ଶବ ଉଦ୍ଧାର ପରେ ଏସମ୍ପର୍କରେ ଧାମନଗର ଥାନାରେ ଜଣାଇଥିଲେ ମଧ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୁଲିସ ଘଟଣାସ୍ଥଳେ ପହଞ୍ଚି ପାରିନଥିଲା। ବାଧ୍ୟହୋଇ ଗ୍ରାମବାସୀଙ୍କ ସହିତ ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ ଓ ଆନନ୍ଦପୁରର ପୂର୍ବତନ ସରପଞ୍ଚ ଶରତଚନ୍ଦ୍ର ମାଝିଙ୍କ ଉଦ୍ୟମରେ ବାଉଁଶରେ ଶବକୁ ବାନ୍ଧି ଦକ୍ଷିଣକୁରୁଆରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ପ୍ରାୟ ୫ କିମିରୁ ଊର୍ଦ୍ଧ୍ବ ରାସ୍ତା ଚାଲିଚାଲି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଶବକୁ ଭଦ୍ରକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁ କହନ୍ତି, ଖବର ପାଇ ଆମେ ଉଦ୍ଧାର ପାଇଁ ବ୍ୟବସ୍ଥା କରିଥିଲୁ। ତେବେ ଗ୍ରାମବାସୀ ଓ ପରିବାର ଲୋକଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories