www.samajalive.in
Wednesday, December 10, 2025
16.1 C
Bhubaneswar

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

ବାଙ୍କୀ: ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନଦୀକୂଳବାସୀଙ୍କ ମନରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ଉପଖଣ୍ଡର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବିଭିନ୍ନ ସ୍ଥାନରେ ସଡକପଥରେ ଯୋଗାଯୋଗ ବିଚ୍ଛିନ୍ନ ଓ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତ ଅଧିନ ଶୁଖୁଆଖଳା,ବିଲିପଡା ପଞ୍ଚାୟତର ବରପଦନପୁର, ବରଗାଁ, ବିଲିମନ୍ତ୍ରିସାହି, ବିଲିପଡା, ଓସ୍ତପୁର, ପାକରାଖାଲ, ସରଧାପୁର, ଧରସ, ରଙ୍ଗିପୁର ଏବଂ ପାଥପୁର ପଞ୍ଚାୟତର କଇଁମୁଣ୍ଡି, ବାଙ୍କୀ ବ୍ଲକର ସାଁପୁର ଆଦି ଗ୍ରାମ ଜଳବନ୍ଦି ହୋଇଥିଲା ବେଳେ ପାଥପୁର, ଭଗିପୁର, ଓସ୍ତିଆ, ସୁବର୍ଣ୍ଣପୁର, ଅନୁଆରୀ, ବ୍ରହ୍ମପୁରା, ବନ୍ଦାଳ, ରତାଗଡ, କନ୍ତପଁହରା ପଞ୍ଚାୟତର ବହୁ ଗ୍ରାମ ବନ୍ୟାଜଳରେ ପ୍ରଭାବିତ ହୋଇଛି। ବାଙ୍କୀରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ଶନିବାର ଦିନ ବାଙ୍କୀ ଉପଜିଲ୍ଲାପାଳର କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

 

- Advertisement -

ଏହି ବୈଠକରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାୟ ଯୋଗଦେଇ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଏବଂ କାର୍ଯ୍ୟାଳୟର ଆବଶ୍ୟକ ନିମନ୍ତେ ପରାମର୍ଶ ଦେବା ସହିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବାଙ୍କୀର ପ୍ରତି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଓ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ଡମପଡା ତହସିଲଦାର କ୍ଷିତିଶ କୁମାର ବେହେରା, ବାଙ୍କୀ ତହସିଲଦାର ଦେବଦତ୍ତ ଦାସ, ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ, ଡମପଡା ସହକାରୀ ବିଡିଓ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଧୁଳେଶ୍ୱର ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ବାଙ୍କୀରେ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନ ସବୁ ଦିଗରୁ ପ୍ରସ୍ତୁତି ଥିବା ସମ୍ପର୍କରେ ପ୍ରକାଶ କରିଥିଲେ। ସେହିପରି ପର୍ଯ୍ୟାପ୍ତ ପରିମାଣରେ ଚୂଡା, ଗୁଡ, ଚାଉଳ, କିରୋସିନି ମହଜୁଦ ଥିବା ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ। ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପେଟ୍ରୋଲ,ଡିଜେଲ ମହଜୁଦ ରଖିବା ସହିତ ପ୍ରତି ଟାଙ୍କୀରେ ୪ହଜାର ଲିଟର ଡିଜେଲ ଓ ୫୦୦ ଲିଟର ପେଟ୍ରୋଲ ମହଜୁଦ ରଖିବା ପାଇଁ ଯୋଗାଣ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବରେ ବିଚ୍ଛିନ୍ନ ହୋଇଥିବା ଲୋକଙ୍କୁ ପିଇବା ପାଣି ଯୋଗାଇବା,ମଟର ବୋଟ ଚଳାଇବା, ହାଲୋଜିନ,ସାପ କାମୁଡା ମେଡିସିନ ଓ ଜଳସମ୍ପଦ ବିଭାଗର କୈାଣସି ଅଘଟଣକୁ ମୁକାବିଲା ପାଇଁ ପ୍ରଚୁର ବାଲି ବସ୍ତା ମହଜୁଦ ରଖିବା ପାଇଁ ଆଲୋଚନା ହୋଇଛି। ବାଙ୍କୀର କୃଷି କ୍ଷୟକ୍ଷତିକୁ ଆକଳନ କରି ଉଦ୍ୟାନ ଓ କୃଷି ବିଭାଗ ସଜାଗ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories