www.samajalive.in
Wednesday, December 10, 2025
17.1 C
Bhubaneswar

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଚାଷୀ ମୃତ, ଗାଁରେ ଉତେଜନା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ ଯୋଗୁଁ ଜନସାଧାରଣ ନୟାନ୍ତ ହେବାକୁ ବସିଲେଣି। ସେପଟେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଫଳରେ ବନଖଣ୍ଡର ବିଭିନ୍ନ ଅଂଚଳରେ ହାତୀ ଉପଦ୍ରରେ ଘରଦ୍ୱାର ଭାଙ୍ଗିବା ସହିତ ଜୀବନରେ ମାରିଦେଉଥିବା ଅଭିଯୋଗ ହୋଇଆସୁଛି। ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ପରିବାର ଲୋକଙ୍କୁ ସହାୟତା ରାଶି ପ୍ରଦାନ କରି ଚୁପଚାପ୍‍ ହୋଇ ବସିପଡୁଛନ୍ତି। ହାତୀ ଘଉଡାଇବାର ନା ଧରୁ ନାହାନ୍ତି। ଯଦ୍ୱାରା କି ହାତୀ କିଛି ଦିନ ଶାନ୍ତ ରହିଲା ପରେ ପୁଣି ଉପଦ୍ରବ କରିବାରେ ଲାଗି ପଡୁଛି।

ପ୍ରକାଶ ଯୋଗ୍ୟ ଯେ ଏହି ରେଂଜର ବିଭିନ୍ନ ଅଂଚଳରେ ହାତୀ ଉପଦ୍ରବ କରିବା ସହିତ ଗତ ୩ ବର୍ଷ ମଧ୍ୟରେ ୩ ଜଣଙ୍କୁ ଆକ୍ରମଣ କରି ମାରଛି। ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଏହି ରେଂଜ ଅନ୍ତର୍ଗତ ଶାଗଝୁରୀ ଗ୍ରାମରେ। ଗ୍ରାମର ପ୍ରହଲ୍ଲାଦ ମାଝୀ(୭୦) ନାମକ ଜଣେ ଚାଷୀଙ୍କୁ ଘର ଠାରୁ ମାତ୍ର ଅଳ୍ପ ଦୁରରେ ଦନ୍ତାହାତୀ କଚାଡି ମାରିବା ସହ ଦାନ୍ତରେ ଭୁସି ଦେଇଛି।ଫଳରେ ମୃତକଙ୍କ ଅନ୍ତବୁଜଳା ବାହାରି ପଡିଛି।

- Advertisement -

ସୁଚନା ମତେ ଗୁରୁବାର ରାତ୍ରି ପ୍ରାୟ ୨ଟା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ଗ୍ରାମରେ ଉତ୍ପାତ ରଚି ଚାଲିଥିଲା।ପ୍ରଥମେ ଗ୍ରାମର ଶମ୍ଭୁ ସିଂ ଓ ହାଡି ମାଝୀ ଙ୍କ ଘର ଭାଙ୍ଗିଥିଲା। ତେବେ ଏହି ଦନ୍ତା ହାତୀର ଉପଦ୍ରବରେ ଗ୍ରାମବାସୀ ଭୟଭିତ ହୋଇପଡିଥିଲେ। ଏନେଇ ଗ୍ରାମବାସୀ ବନ ବିଭାଗକୁ ସୁଚନା ଦେବା ସହ ହାତୀ ଘଉଡାଇବା ପାଇଁ ଚେଷ୍ଟା ଚଳାଇଥିଲେ। ଏହି ସମୟରେ ନରହନ୍ତା ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ ସ୍ୱର୍ଗତ ମାଝୀ। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳକୁ ପହଞ୍ଚି ହାତୀକୁ ଗ୍ରାମବାସୀଙ୍କ ସହିତ ଘଉଡାଇଥିଲେ। ହେଲେ ଶୁକ୍ରବାର ସକାଳୁ ବନ ବିଭାଗ ଓ ପୁଲିସ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଇବା ପାଇଁ ରେଢ଼ାଖୋଲ ନେବାକୁ ପଡିବ ବୋଲି କହିଥିଲେ। କିନ୍ତୁ ପରିବାର ସଦସ୍ୟ ମାନେ ଶବବ୍ୟବଚ୍ଛେଦ କରାଇବା ପାଇଁ ମନା କରିବା ସହିତ ବନ ବିଭାଗ କିମ୍ବା ପୁଲିସକୁ ପାଖକୁ ମଧ୍ୟ ଛାଡି ନଥିଲେ।ବନ କର୍ମଚାରୀ ଓ ପୁଲିସ ବୁଝାସୁଝା କରିବା ପରେ ମଧ୍ୟ ପରିବାର ସଦସ୍ୟ ମାନେ ଶବବ୍ୟବଚ୍ଛେଦ କରାଇବା ପାଇଁ ରାଜି ହୋଇ ନଥିଲେ। ଗ୍ରାମବାସୀଙ୍କ ରାଗିବା ମୁଖ୍ୟ କାରଣ ହେଲା ଏହି ଅଂଚଳରେ ବିଗତ ଦିନ ମାନଙ୍କରେ ଏହି ଦନ୍ତାହାତୀଟି ଗୋଟେ ପରେ ଗୋଟେ ମାରି ଚାଲିଛି ବନ ବିନବିଭାଗ କାହିିଁକି ହାତୀକୁ ଟ୍ରାଙ୍କୁଲାଇଜର କରି ଅନ୍ୟତ୍ର ସ୍ଥାନାନ୍ତର କରୁନାହିଁ ? ରାଜ୍ୟର ଅନ୍ୟ ଅଂଚଳରେ ଯେପରି ଉପଦ୍ରବ କରୁଥିବା ହାତୀକୁ ସ୍ଥାନାନ୍ତର କରାଯାଉଛି ଏହି ଉପଖଣ୍ଡରେ ଦିର୍ଘ ଦିନରୁ ହାତୀ ଉପଦ୍ରବ କରିବା ସହିତ ବହୁଧନଜୀବନ ନଷ୍ଟ କରିସାରିଲାଣି ହେଲେ ବନ ବିଭାଗ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହି ଘଟଣାକୁ ନେଇ ଡିଏଫଓ ପ୍ରଦିପ୍ତ ସାହୁଙ୍କୁ ଯୋଯୋଗ କରିବାରୁ ମୃତ ପ୍ରହଲ୍ଲାଦଙ୍କ ଶବବ୍ୟବଚ୍ଛେଦ ହୋଇ ପାରି ନଥିବାରୁ ପରିବାର ସଦସ୍ୟଙ୍କ ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସମ୍ଭବ ହେବ ନାହିଁ ବୋଲି କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories