www.samajalive.in
Thursday, December 11, 2025
15.1 C
Bhubaneswar

ଶୁଖୁଆଖଳା ଗାଁ ଜଳବନ୍ଦୀ, ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଙ୍କୀ:ଲଘୁଚାପ ବର୍ଷା ଏବଂ ହୀରାକୁଦର ବନ୍ୟାଜଳ ମହାନଦୀରେ ଆସି ବାଙ୍କୀ ଅଂଚଳରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। କୂଳବାସୀ ଏବେ ଆଶଙ୍କାରେ। ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟାଜଳ ପ୍ରବେଶ କରି ବିଲିପଡା, ଶିମିଳିପୁର, ହରିରାଜପୁର, କୁଶପଙ୍ଗୀ, ପାଥପୁର, ଗୋବିନ୍ଦପୁର, ଡମପଡା, ତାଳବସ୍ତ, ଦୋଲଣାପୁର, ଢଁସର, ଗୋପାଳପୁର ପଞ୍ଚାୟତରେ ହଜାର ହଜାର ହେକ୍ଟର ଚାଷ ଜମିରେ ପ୍ରବେଶ କରିଛି। ବ୍ୟାପକ ଧାନ ଓ ପନିପରିବା ଫସଲ ବନ୍ୟା ଜଳରେ ବୁଡି ରହିଛି। ଅଧିକ ବନ୍ୟା ପ୍ରବଣ ଅଂଚଳ ବିଲିପଡା ପଞ୍ଚାୟତର ବରପଦନପୁର ଓ ବରଗାଁରେ ଗାଁ ଭିତରକୁ ବନ୍ୟାଜଳ ପ୍ରବେଶ କରୁଥିଲା ବେଳେ ବିଲିପଡା ପଞ୍ଚାୟତର ସମସ୍ତ ଗ୍ରାମକୁ ଜଳ ଘେରି ରହିଛି। ବାଙ୍କୀ-ତାଳବସ୍ତ ରାସ୍ତାର ବିଲିପଡା ଠାରୁ ତାଳବସ୍ତ ପର୍ଯ୍ୟନ୍ତ ରାସ୍ତାରେ ୫ଫୁଟର ପାଣି ପ୍ରଭାବତ ହେବା ଦ୍ୱାରା ଯୋଗେଯାଗ ବନ୍ଦ ରହିଛି। ଧାନ ବିଲରେ ୫ରୁ ୧୦ ଫୁଟ ପର୍ଯ୍ୟନ୍ତ ପାଣି। ଧାର କରଜ କରି ଫସଲ କରିଥିବା ଚାଷୀ ଏବେ କରଜ ଚିନ୍ତାରେ। ସେହିଭଳି ଶିମିଳିପୁର ପଞ୍ଚାୟତ ଅନ୍ତର୍ଗତ ରଣନଦୀର କୂଳରେ ଥିବା ଅନୁସୂଚିତ ଜାତିର ଗାଁ ଶୁଖୁଆଖଳା। ୧୮୦ ରୁ ୨୦୦ ପରିବାର ବିଶିଷ୍ଟ ଗାଁ ଟି ଏବେ ଜଳବନ୍ଦୀ। ଗାଁ ଠାରୁ ପ୍ରାୟ ଦେଢ କିଲୋ ମିଟର ପର୍ଯ୍ୟନ୍ତ କରବର ସଂଯୋଗୀ ମୁଖ୍ୟ ରାସ୍ତାରେ ୫ଫୁଟର ପାଣି। ଲୋକମାନେ ଏବେ ଜଳବନ୍ଦୀ। ଗାଁ ରେ ପାନୀୟ ଜଳ ଉତ୍କଟ ସମସ୍ୟା ହୋଇଥିଲା ବେଳେ ମୂଲମଜୁରୀ ଲାଗି ଚଳୁଥିବା ଗରୀବ ଲୋକମାନେ କରୋନା ପ୍ରଭାବରେ ଦୀର୍ଘ ଦିନ ଧରି ମଜୁରୀ ହରାଇ ବସିଥିଲେ। ପରିବାର ଚଳାଇବା ପାଇଁ ଅର୍ଥ ବାଧକ ସାଜିଥିଲା ବେଳେ ମହାନଦୀର ବନ୍ୟା ପ୍ରଭାବରେ ରଣନଦୀର ବନ୍ୟାଜଳ ଏମାନଙ୍କ ପାଇଁ ସଂକଟ ହୋଇଛି। କୈାଣସି ସରକାରୀ ଅଧିକାରୀ ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଖରେ ପହଁଚି ନଥିବା କହିଛନ୍ତି। ପୁରୁଖା ଲୋକଙ୍କ କହିବା ଅନୁସାରେ ଥରେ ବନ୍ୟାଜଳ ପସିଲେ ୮ ରୁ ୧୦ ଦିନ ଏମାନେ ଜଳବନ୍ଦୀ ହୋଇଯାନ୍ତି। ଏଣୁ ପ୍ରଶାସନିକ ସାହାଯ୍ୟ ଓ ସହଯୋଗ ଶୁଖୁଆଖଳା ଗ୍ରାମବାସୀଙ୍କ ପାଇଁ ଜରୁରୀ ହୋଇପଡିଛି। ସେହିପରି ଡମପଡା ବ୍ଲକ ଅନ୍ତର୍ଗତ କଁଇମୁଣ୍ଡି ଗ୍ରାମ ବନ୍ୟା ପ୍ରଭାବରେ ପ୍ରଭାବିତ ହୋଇ ମୁଖ୍ୟ ରାସ୍ତା ଠାରୁ ସଂଯୋଗ ବିଚ୍ଛିନ୍ନ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories