www.samajalive.in
Monday, December 8, 2025
27.1 C
Bhubaneswar

ଚେନ୍ନଇ  ଓ ପୁଣେରେ ଅକ୍ସଫୋର୍ଡ କୋଭିଡ୍‍-୧୯ ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

ଚେନ୍ନଇ  :  କୋଭିଡ୍‍-୧୯ ପାଇଁ ଅକ୍ସଫୋର୍ଡର ପ୍ରତିଷେଧକର ମାନବ ଶରୀରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଚେନ୍ନଇ  ଓ ପୁଣେରେ ଆରମ୍ଭ
ହୋଇଛି। ଚେନ୍ନଇରେ ଦୁଇଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଛନ୍ତି।
ଅକ୍ସଫୋର୍ଡର ଏହି ପ୍ରତିଷେଧକ ‘କୋଭିସିଲ୍‍ଡ୍‍’ର ମାନବ ଶରୀରରେ ପରୀକ୍ଷା ପାଇଁ ଦେଶର ୧୭ଟି ସ୍ଥାନ ମଧ୍ୟରୁ ଚେନ୍ନଇ ଅନ୍ୟତମ। ଏହି
ପ୍ରତିଷେଧକକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରା ଜେନିକା ମିଳିତ ଭାବେ ବିକଶିତ କରିଛନ୍ତି। ରାଜୀବ ଗାନ୍ଧୀ ଜେନେରାଲ୍‍ ହସ୍ପିଟାଲ ଓ ଶ୍ରୀ
ରାମଚନ୍ଦ୍ର ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନରେ ପ୍ରତିଷେଧକର ପରୀକ୍ଷା କରାଯାଉଛି। ତାମିଲନାଡୁର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର
ଟି.ଏସ୍‍. ସେଲ୍‍ବା ବିନୟଗମ୍‍ କହିଛନ୍ତି, ୧୮ ବର୍ଷରୁ ଊର୍ଦ୍ଧ୍ବ ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ପ୍ରତିଷେଧକର ପରୀକ୍ଷା କରାଯାଉଛି।
ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏକସଙ୍ଗରେ ଆରମ୍ଭ କରାଯିବା ବିଷୟରେ ଡକ୍ଟର ବିନୟଗମ୍‍ କହିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories