www.samajalive.in
Tuesday, December 9, 2025
16.1 C
Bhubaneswar

ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ୮ଟି ହାର୍ଡ ଡିସ୍କ ନଷ୍ଟ କରିଥିଲେ ରିୟା

ସିବିଆଇ ପଚରାଉଚରା ବେଳେ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନି କହିଛନ୍ତି ଯେ ଜୁନ ୮ରେ ରିୟା ଚକ୍ରବର୍ତ୍ତୀ ଜଣେ ଆଇଟି ପ୍ରଫେସନାଲଙ୍କୁ ଡାକିଥିଲେ ଏବଂ ଆଠଟି ହାର୍ଡ ଡିସ୍କ ନଷ୍ଟ କରିଥିଲେ। ଏହା ପରେ ରିୟା ତାଙ୍କ ଭାଇ ସହ ସୁଶାନ୍ତଙ୍କ ଘରୁ ଚାଲିଯାଇ ଥିଲେ। ଏ ସବୁ ଘଟଣା ଜୁନ୍ ୮ରେ ଘଟିଥିଲା ଓ ସେହି ଦିନ ରିୟା ବଲିଉଡ ପ୍ରଯୋଜକ ମହେଶ ଭଟ୍ଟଙ୍କ ଘରେ ରହିଥିଲେ।

ଏଭଳି ହାର୍ଡ ଡିସ୍କରୁ ତଥ୍ୟ ନଷ୍ଟ କରିବା ପଛରେ ଅନେକ କାରଣ ରହିଥିବା ସିବିଆଇ ସନ୍ଦେହ କରୁଛି। ଗୋଟିଏ ପଟେ ସେହିସବୁ ହାର୍ଡ ଡିସ୍କରେ ସୁଶାନ୍ତ ଏବଂ ରିୟାଙ୍କୁ ନେଇ କିଛି ତଥ୍ୟ ଥିବା ଅନୁମାନ କରାଯାଉଥିବା ବେଳେ କାଳେ ପରବର୍ତ୍ତୀ ସମୟରେ କୌଣସି ତଥ୍ୟ ଲିକ ହେବ ସେ ନେଇ ରିୟା ଏପରି କରିଥାଇ ପାରନ୍ତି। ଅନ୍ୟ ପକ୍ଷରେ ରିୟା ସବୁଦିନ ପାଇଁ ସୁଶାନ୍ତଙ୍କୁ ଛାଡି ଚାଲିଯିବାକୁ ନିଷ୍ପତ୍ତି କରିଥିବାରୁ ସେ ମଧ୍ୟ ସୁଶାନ୍ତଙ୍କ ସହିତ କିଛି ଘଟିବାକୁ ଯାଉଛି ବୋଲି ଜାଣିଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ହାର୍ଡ ଡ୍ରାଇଭଗୁଡ଼ିକରୁ ଯେଉଁ ତଥ୍ୟ ମିଳିବ ତାହା ତାଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ବୋଲି ସେ ଏଭଳି କରିଥିଲେ। ସିବିଆଇ ପୁଣି ଠାରେ ଆଇଟି ପ୍ରଫେସନାଲଙ୍କୁ ଡାକି ନଷ୍ଟ ହୋଇଥିବା ତଥ୍ୟ ହାର୍ଡ ଡିସ୍କରୁ ବାହାର କରିବା ପାଇଁ ଚେଷ୍ଟା କରିବାର ସମ୍ଭାବନା ଦେଖାଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories