www.samajalive.in
Tuesday, December 9, 2025
17.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ବର ଫରନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଥିବା ଜଣାପଡ଼ିଛି । ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିଥିଲା। ତଦନ୍ତ ଘେରରେ ଥିବା ବ୍ୟକ୍ତିଙ୍କ ଟେଷ୍ଟ ପାଇଁ ଆବଦେନରେ ଦର୍ଶାଯାଇଥିଲା । ଜୁଲାଇ ୩୦ରେ ଆଦିତ୍ୟଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦେଶ ଦେଇଛନ୍ତି। ଫଳରେ ଭୂବନେଶ୍ବର ଜିଆରପି ପୁଲିସ ହାତରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଚାଲିଯାଇଛି।

- Advertisement -

ସୂଚନାଯୋଗ୍ୟ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସାରା ଓଡିଶାରେ ଏକ ପ୍ରକାର ଆଲୋଡନ ଦେଖିବାକୁ ମିଳିଥିଲା। ସମାଜସେବୀ ଆଦିତ୍ୟଙ୍କୁ କେହି ହତ୍ୟା କରିଥିବା କଥା ତାଙ୍କ ପ୍ରଶଂସକ ମାନେ ଦାବି କରିଥିଲେ। କିନ୍ତୁ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ। ଯାହାକୁ ଆଦିତ୍ୟଙ୍କ ପ୍ରଶଂସକମାନେ ବିଶ୍ବାସ କରିପାରି ନ ଥିଲେ। ଏହାପରେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କମିଶନରେଟ ପୁଲିସ ଦ୍ବାରା ତଦନ୍ତ ଦାବି କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖି ଉଲ୍ଲେଖ କରିଥିଲେ କି ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ତଦନ୍ତ ସନ୍ତୋଷ ଜନକ ନୁହେଁ ଏଣୁ ଏହି ଘଟଣାର ତଦନ୍ତ କମିଶନରେଟ୍ ପୁଲିସକୁ ସାମିଲ କରାଯାଉ। ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବା ଆବଶ୍ୟକ। ଯଦି ଏହା ଏକ ହତ୍ୟା ତେବେ ଯିଏ ବାସ୍ତବ ଦୋଷୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାହା ହେଲେ ଲୋକମାନଙ୍କ ମନରେ ଆଇନବ୍ୟବସ୍ଥା ଉପରେ ଆସ୍ଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories