www.samajalive.in
Thursday, December 11, 2025
15.1 C
Bhubaneswar

ଜରିପାଲ ଓ ଅଖା ତଳେ ବିତୁଛି ୪ ଜୀବନ

ବୋଲଗଡ: ରାଜ୍ୟରେ ଅନାହାର ଓ ବାସହୀନ ଭାବେ କୈାଣସି ବ୍ୟକ୍ତିଙ୍କୁ ରହିବାକୁ ଦିଆଯିବ ନାହିଁ। ଗରିବମାନଙ୍କୁ ଖାଇବାକୁ ଆହାର ଓ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଓ ରାଜ୍ୟସରକାର ସରକାର ଘୋଷବାଜା ବଜାଇ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବୋଲଗଡ ପଞ୍ଚାୟତ ୧୫ନଂ ୱାର୍ଡର ସଂଜୁଲତା ସିଂହଙ୍କ କ୍ଷେତ୍ରରେ। ବୋଲଗଡ ବ୍ଲକର ସଦର ମହକୁମା ପଞ୍ଚାୟତ ହୋଇଥିବା ବେଳେ ଏହା ଦିପତଳ ଅନ୍ଧାର ଭଳି ସ୍ପଷ୍ଟ ଜାଜୁଲ୍ୟମାନ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ବିଜୁପକ୍କାଘର ଯୋଜନାରେ ସଂଜୁଲତାଙ୍କୁ ଅର୍ନ୍ତଭୁକ୍ତ କରି ଖଣ୍ଡିଏ ପକ୍କାଘର ଯୋଗାଇପାରି ନାହିଁ ବ୍ଲକ କିମ୍ବା ପଞ୍ଚାୟତ ପ୍ରଶାସନ। ଭଙ୍ଗାକାନ୍ଥ ତଳେ ଜରିପାଲ ଘେରାରେ ଜୀବନ ବିତାଉଥିବା ସଂଜୁଲତା ଓ ତାଙ୍କ ପରିବାରଙ୍କ ପାଇଁ ଦିବା ସ୍ୱପ। ପରିବାର କହିଲେ ସଂଜୁଲତା,ସ୍ୱାମୀ ବିରଞ୍ଚି, ବୃଦ୍ଧା ଶାଶୁ ମା’ ଓ ୫ବର୍ଷର ନିରୀହ ନିଷ୍ପାପ ଗୋଟିଏ ଶିଶୁ ପୁତ୍ର। ସଂଜୁଲତା ଦିର୍ଘ ଦିନ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଖଣ୍ଡିଏ ଆବାସ ପାଇଁ ନେହୁରା ହୋଇଛନ୍ତି। ମାତ୍ର ତାଙ୍କ ଗୁହାରି ଶୁଣୀବାକୁ ଜନପ୍ରତିନିଧି ଓ ପ୍ରଶାସନିକ ବାବୁମାନଙ୍କର ପାଖରେ ସମୟ ନଥିଲା ପରି ଜଣାପଡ଼ିଛି। ପରିବାରର ୪ସଦସ୍ୟ ଯେଉଁ ଭଙ୍ଗା ଘରେ ଦୟନୀୟ ଅବସ୍ଥାରେ ରହିଛନ୍ତି ତାହା ଜଣେ ସ୍ୱଚକ୍ଷ୍ୟୁରେ ନ ଦେଖିଲେ ବିଶ୍ୱାସ କରିପାରିବ ନାହିଁ। ଘରର ମାଟିକାନ୍ଥ ସମ୍ପୁର୍ଣ୍ଣ ଭଙ୍ଗା ଅବସ୍ଥାରେ ଥିବାରୁ କେତେବେଳେ ଯେ ଅଘଟଣ ଘଟି କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ। ଭଙ୍ଗା କାନ୍ଥ ବର୍ଷାରେ ଭିଜି ଆଁ କରିଥିବାରୁ ଅଘଟଣକୁ ଏଡାଇବା ପାଇଁ ଜରି ଓ ଅଖାର ସାହାଯ୍ୟ ନିଆଯାଇଥିବାର ଦେଖିବାକୁ ମିଳିଛି।

- Advertisement -

ଘର ଚତୁଃପାର୍ଶ୍ବ କାନ୍ଥ ଭାଙ୍ଗି ମେଲା ଥିବାରେ ସରୀସୃପ ମାନଙ୍କର ଅବାଧ ଯାତାୟତ ହେଉଥିବାର ଦେଖିବାକୁ ମିଳିଛି। ବିଶେଷ କରି ବର୍ଷାଦିନ ହେତୁ ସଂପୃକ୍ତ ଭଙ୍ଗା ଗୃହର ଅବସ୍ଥା ଅତିଶୋଚନୀୟ ହୋଇଥିବାରେ ପରିବାରର ସଦସ୍ୟମାନେ ଦିନବେଳା ଭୟର ବାତାବରଣ ଭିତରେ ବଞ୍ଚିରହି ରାତ୍ରିରେ ବିଶ୍ରାମ ନିଅନ୍ତି ପଡୋସୀ ଘରେ। ଏଭଳି ଦୟନୀୟ ଅବସ୍ଥାରେ ବାସ କରୁଥିବା ପରିବାରକୁ ପକ୍କାଘର ଯୋଜନା ଭୁକ୍ତ ନକରିବା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପକ୍ଷରେ କେତେକ ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ୟକ୍ତି ଏକାଧିକ ଆବାସ ଯୋଜନା ହାତେଇଥିବା ବେଳେ ମହିଳା ସଂଜୁଲତା ଏହି ଯୋଜନାରୁ ବଞ୍ଚିତ ହେବା ସାଧାରଣ ମହଲରେ ସରକାରୀ କଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପ୍ରଶାସନର ଉଦାସୀନତା ନା ଲୋକ ପ୍ରତିନିଧିମାନଙ୍କର ଇଚ୍ଛାଶକ୍ତିର ଅଭାବ ତାହା ସମୟହିଁ କହିବ ବୋଲି ଜଣାଯାଏ। ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କୁ ଏସମ୍ପର୍କରେ ଯୋଗାଯୋଗ କରିବାରେ ବର୍ତ୍ତମାନ କୈାଣସି ଯୋଜନା ଆମ ପାଖରେ ନାହିଁ ବରଂ ଆସନ୍ତା ଆର୍ଥିକ ଯୋଜନାରେ ତାଙ୍କୁ ଅର୍ନ୍ତଭୁକ୍ତ କରାଯିବ ବୋଲି ମତ ଦେଇଥିଲେ। ଅନୁରୂପ ଭାବେ ସଂଜୁଲତାଙ୍କୁ ପଚାରିବାରେ ଏହି ଯୋଜନା ଆମପାଇଁ ସାତ ସପନ ବୋଲି କୋହଭରା କଣ୍ଠରେ କହିଥିଲେ। ଏଣୁ ଏହି ମହିଳାଙ୍କୁ ପ୍ରଶାସନ ତୁରନ୍ତ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରି ପକ୍କାଘର ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories