www.samajalive.in
Monday, December 8, 2025
24.1 C
Bhubaneswar

ଖୁବ ଶୀଘ୍ର ଲାଗୁ କରାଯିବ ବିଶେଷଜ୍ଞଙ୍କ ଦ୍ବାରା ସଂଶୋଧିତ ସିଲାବସ୍

ଭୁବନେଶ୍ବର : କୋଭିଡ୍ –୧୯ ମହାମାରୀ ଯୋଗୁଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରୁ ନ ଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବିଶେଷ ବ୍ୟାଘାତ ସୃଷ୍ଟି ହୋଇଛି । ଏଣୁ ଚଳିତ ବର୍ଷ ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରାଯିବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ, ଶିକ୍ଷାବିତ୍, ଶିକ୍ଷକ ସମାଜ ଏବଂ ଛାତ୍ର ସମାଜଙ୍କ ତରଫରୁ ନିରନ୍ତର ଦାବି ହୋଇଆସୁଅଛି । ଏଥି ମଧ୍ୟରେ କେନ୍ଦ୍ର ସରକାର ବିଶେଷଜ୍ଞ କମିଟିର ଅନୁମୋଦନ କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଚଳିତ ଥିବା ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ଶିକ୍ଷା ଗବେଷଣା ତାଲିମ ପରିଷଦ (ପ୍ରଥମରୁ ଅଷ୍ଟମ ଶ୍ରେଣୀ), ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ (ନବମରୁ ୧୦ମ ଶ୍ରେଣୀ) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ଏକାଦଶରୁ ଦ୍ୱାଦଶ ଶ୍ରେଣୀ) କାର୍ଯ୍ୟାଳୟର ସିଲାବସ୍ କମିଟିରେ ଥିବା ବିଷୟ ବିଶେଷଜ୍ଞମାନଙ୍କ ଦ୍ଵାରା ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇ ଚଳିତ ବର୍ଷ ପାଇଁ ଉଦ୍ଦିଷ୍ଟ ପ୍ରଚଳିତ ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି। ଏତଦ୍‌ବ୍ୟତୀତ ଭବିଷ୍ୟତରେ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ଜେଇଇ ଓ ନିଟ୍ ପରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆମ ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଉକ୍ତ କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷାବର୍ଷର ସିଲାବସ୍ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍ ବିଶେଷଜ୍ଞଙ୍କ ଦ୍ଵାର। ଖୁବ୍‌ଶୀଘ୍ର ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories