www.samajalive.in
Monday, December 8, 2025
14.1 C
Bhubaneswar

ଖାଦ୍ୟ ଖାଇପାରୁନାହାଁନ୍ତି ଆକାଶ ;ପ୍ଲାଷ୍ଟିକଖାଦ୍ୟ ନଳୀରେ ବିତିଲାଣି ଏଗାର ବର୍ଷ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୋଡାଶିଙ୍ଗା ଗ୍ରାମର ଚକ୍ରଧର ବେହେରାଙ୍କ ଏଗାର ବର୍ଷ ତଳେ ଗୋଟିଏ ଶିଶୁପୁତ୍ର ଜନ୍ମ ହୋଇଥିଲା।ମାତ୍ର ଜନ୍ମରୁ ପିଲାର ଖାଦ୍ୟନଳୀ ନଥିବାରୁ ବାପା/ମାଆ କଟକ ମେଡିକାଲ ନେଇ ୧୫ଦିନ ମଧ୍ୟରେ ଅପରେସନ କରି ଗୋଟିଏ ପ୍ଲାଷ୍ଟିକ ଖାଦ୍ୟନଳୀ ଲଗାଇ ପୁଅକୁ ନୂଆ ଜୀବନ ଦେଇଥିଲେ।ୟା ଭିତରେ ଚକ୍ରଧରଙ୍କ ବଡ ପୁଅ ଆକାଶ ବେହେରା ବଡ ହେବା ସହିତ ସେ ବର୍ତମାନ ଷଷ୍ଠ ଶ୍ରେଣୀରେ ପାଠପଢୁଛି। ବୟସ ବୃଦ୍ଧି ଯୋଗୁଁ ଆକାଶ ଅଧିକ ପରିମାଣରେ ଖାଦ୍ୟ ଖାଇବାକୁ ଚାହୁଁଛି। ମାତ୍ର ଏଗାର ବର୍ଷ ତଳେ ଲାଗିଥିବା ପ୍ଲାଷ୍ଟିକ ନଳୀ ସାହାଯ୍ୟରେ ଅଧିକ ଖାଦ୍ୟ ଖାଇବା ସମ୍ଭବପର ହେଉନାହିଁ। ଯାହାଫଳରେ ଆକାଶ ତରଳ ପଦାର୍ଥ ଖାଇ ଏଗାରବର୍ଷ ହେଲାଣି ଦୁଃଖ ସହ ଜୀବନ ବିତାଉଛି।ଭୋକ ବିକଳରେ ଅଧିକ ଖାଦ୍ୟ ମୁଠାଏ ଖାଇବା ପାଇଁ ଚେଷ୍ଟା କଲେ ତାହା ବାନ୍ତି ହୋଇ ପେଟରୁ ବାହାରିପଡୁଥିବା ମାଆ ଭାବିନୀ ବେହେରା କହନ୍ତି।ପ୍ଲାଷ୍ଟିକ ଖାଦ୍ୟ ନଳୀ ପରିବର୍ତନ ପାଇଁ ଗରିବ ବାପା/ମାଆ ପାଖରେ ଅର୍ଥ ନଥିବାରୁ ପୁଅକୁ ମେଡିକାଲ ନେଇ ଯାଇପାରୁନାହାଁନ୍ତି।ଏଭଳି ଅବସ୍ଥାରେ ବଡ ପୁଅ ଆକାଶର ଏଭଳି ଅବସ୍ଥା ଜନ୍ମଦାତ୍ରୀ ମାଆ ମନରେ ଅସରନ୍ତି ଦୁଃଖ ଦେଇଛି।ସରକାରୀ ସାହାଯ୍ୟ ମିଳିଲେ ପୁର୍ନବାର ଖାଦ୍ୟନଳୀ ପରିବର୍ତନ କରିବା ସମ୍ଭବପର ହୋଇପାରିବ ବୋଲି ମାଆ କୋହଭରା କଣ୍ଠରେ କହନ୍ତି।ଏଥିପ୍ରତି ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଗରିବ ପରିବାରକୁ ସହାୟତାର ହାତ ବଢାଇବା ପାଇଁ ଗ୍ରାମର ଓାର୍ଡସଭ୍ୟ କୃପାସିନ୍ଧୁ ବେହେରା ଦାବୀ କରିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories