ନବରଙ୍ଗପୁର: ରାଜ୍ୟରେ ଆବଶ୍ୟକ କାମ ଅଭାବ କାରଣରୁ ପୁଣି ୨୨ଜଣ ଦାଦନଶ୍ରିମକ ନିଜର ଭିଟାମାଟି ଛାଡି ବାହାର ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି। ରାଜ୍ୟରେ କାମର ଅଭାବ ଓ ଦକ୍ଷତା ଅନୁଯାୟୀ କାମ ମିଳୁନଥିବାରୁ ଦାଦନ ଖଟିବାକୁ ବାଧ୍ୟ ହୋଇ ଯାଉଥିବା ଜଣାପଡ଼ିଛି। ତେବେ ବିନା ଅନୁମତିରେ ଦାଦନଶ୍ରମିକ ଭାବେ ଯାଉଥିବା ବିଭିନ୍ନ ଜିଲାର ୨୨ଜଣ ଯୁବକ ଯୁବତୀଙ୍କୁ ନବରଙ୍ଗପୁର ଜିଲା ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଜିଲା ସମେତ କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲାରୁ ୬ଜଣ ଯୁବକ ଓ ୧୬ଜଣ ଯୁବତୀ ଦାଦଦଖଟିବାକୁ ତାମିଲନାଡୁ ରାଜ୍ୟକୁ ଯାଉଥିଲେ। ତାମିଲନାଡୁୂର “ଶକ୍ତି ମୁରଗାନ” ନାମ ଏକ ଘରୋଇ ବସ୍ ନମ୍ବର ଟିଏନ- ୧୯ଏସ୍ ୫୮୩୮ ରେ ୨୨ଜଣ ଯୁବକ ଯୁବତୀ ପେଟପାଟଣା ପାଇଁ ନିଜ ଗାଁଛାଡିବାକୁ ବାଧ୍ୟ ହୋଇ କାମ ପାଇଁ ତାମିଲନାଡୁ ରାଜ୍ୟ ଯାଉଥିଲେ। ଲକ୍ ଡାଉନ ପୂର୍ବରୁ ଓ ପରେ ସେମାନେ ନିଜଗାଁକୁ ଫେରିଥିଲେ। ସେମାନଙ୍କର ଲେବରକାର୍ଡ ରହିଥିଲେ ମଧ୍ୟ ତାଙ୍କର ଦକ୍ଷତା ଅନୁଯାୟୀ ଜୀବିକା ଉପାର୍ଜନ ସକାଶେ ଏହି ଜିଲା ମାନଙ୍କରେ କୈାଣସି ବ୍ୟବସ୍ଥା କରାଯାଇନାହିଁ। ତେଣୁ ସେମାନେ ଯେଉଁଠି ପୂର୍ବରୁ କାମ କରୁଥିଲେ ସେହି କମ୍ପାନୀ ମାଲି ଙ୍କୁ ଯୋଗା ଯୋଗ କରି କରି ତାଲିମନାଡୁର ତିରିପୁରାକୁ ଯାଉଥିଲେ। ନବରଙ୍ଗପୁର ଜିଲା ୧୦ଜଣ ,କୋରାପୁଟ ଜିଲାର ୩ଜଣ ଓ ମାଲକାନଗିରିର ୫ଜଣ ଓ କଳାହାଣ୍ଡିଜିଲାର ୪ଜଣ ମିଶି ମୋଟ ୨୨ ଜଣ ଯୁବକ ଯୁବତୀ ଏହି ବସଯୋଗେ ଯିବା ସମୟରେ ଖବର ପାଇ ଜିଲା ଶ୍ରମବିଭାଗ ଉଦ୍ଧାର କରିଛି। ସେମାନେ ବିନା ଶ୍ରମିକ ପଞ୍ଜିକରଣରେ ଯାଉଥିବା ଜଣାପଡ଼ିଥିଲା। ତେବେ ଶ୍ରମିକ ପଞ୍ଚିକରଣ ପରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସେମାନଙ୍କୁ ଯିବାକୁ କାମ କରିବାକୁ ବାହାର ରାଜ୍ୟକୁ ଯିବାକୁ ସୁଯୋଗ ଦିଆଯିବ ବୋଲି ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋପୋଇ କହିଛନ୍ତି।
ସୂଚନାଯୋଗ୍ୟଯେ, ଜିଲାରୁ ଦୈନିକ ଶ୍ରମିକମାନେ ବସ ଯୋଗେ ହାଇଦ୍ରାବାଦ ଯାଉଛନ୍ତି। ଏହି ଅଞ୍ଚଳରେ କାମ ନପାଇବା ତଥା ଅଧିକ ରୋଜଗାର ଆଶାରେ ମଧ୍ୟକିଛି ଶ୍ରମିକ ରାଜ୍ୟବାହାରକୁ ଚାଲିଯାଉଥିବା ଜଣାଯାଇଛି। ତେବେ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ଆବଶ୍ୟକ କାମ ଯୋଗାଇ ଦେବା ସହ ଦାଦନ ରୋକିବାକୁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି।



