www.samajalive.in
Monday, December 8, 2025
24.1 C
Bhubaneswar

କୁକୁଡ଼ା ଫାର୍ମ ଆଗରେ ଧାରଣା, ସିଡ଼ିଭିଓ କଲେ ତଦନ୍ତ

ବେଗୁନିଆ: ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଇନ୍ଦୀପୁର ମୌଜାରେ ଥିବା ଏକ କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବିରେ ଗତକାଲିଠାରୁ ବୋତଳମକ୍ଷ ଏବଂ ହୀରାପୁର ପଞ୍ଚାୟତର ଲୋକମାନେ ଫାର୍ମ ଆଗରେ ଧାରଣାରେ ବସିଥିଲେ। ଜିଲ୍ଲାପାଳ, ପ୍ରଦ୍ୟୁଷଣ ବୋର୍ଡ, ସାଂସଦ ଏବଂ ବିଡିଓଙ୍କ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ଗତ କାଲି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଏବଂ ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ଅନୁଧ୍ୟାନ କରି ଖୋର୍ଦ୍ଧା ସିଡିଭିଓଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଖୋର୍ଦ୍ଧାରେ ନ ଥିବା ଯୋଗୁଁ ଘଟଣା ସ୍ଥଳକୁ ଗତ କାଲି ଆସି ପାରି ନ ଥିବା ବେଳେ ଆଜି ଆସି ଘଟଣାର ସମାଧାନ କରିବେ ବୋଲି ଲୋକ ମାନଙ୍କୁ ପ୍ରତିଶୃତି ଦେଇ ଫେରି ଥିଲେ। ଆଜି ଦିନ ୧୨ଟା ସମୟରେ ଖୋର୍ଦ୍ଧା ସିଡିଭିଓ ବିଷ୍ଣୁ ଚରଣ ସାହୁ ସମ୍ପୃକ୍ତ ସ୍ଥାନରେ ପହଂଚି କୁକୁଡ଼ା ଫାର୍ମର ଅବସ୍ଥିତି ଅନୁଧ୍ୟାନ କରିଥିଲେ।

ଫାର୍ମଟି ଜନବସତିଠାରୁ ପାଖା ପାଖି ୧ କିମି ଦୂରରେ ରହିଛି। ଜନବସତିର ୫ସହ ମି ଭିତରେ ଫାର୍ମଟି ରହିଥିଲେ ଏହା ଜନସାଧାରଣଙ୍କ ଉପରେ କିଞ୍ଚିତ ପ୍ରଭାବ ପକାଇଥାନ୍ତା । ସେ କୁକୁଡ଼ା ଫାର୍ମରେ ଥିବା ସମସ୍ତ ରେଜିଷ୍ଟର ଏବଂ କାଗଜ ପତ୍ରର ଫୋଟ ଉଠାଇ ନେଇଥିବା ବେଳେ ଘଟଣାର ସରଜମିନ ତଦନ୍ତ କରି ଆସନ୍ତା ସୋମବାର ଦିନ ଜିଲ୍ଲାପାଳଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି ଉପସ୍ଥିତ ଥିବା ଲୋକମାନଙ୍କୁ କହିବା ପରେ ସେମାନେ ଧାରଣା ସ୍ଥଳରୁ ଉଠିଯାଇଥିଲେ । ଘଟଣା ସ୍ଥଳରେ ଖୋର୍ଦ୍ଧା ଏସଡିପି ଓ ସୁଶୀଲ କୁମାର ମିଶ୍ର ଉପସ୍ଥିତ ଥିଲେ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories