ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଦୁର୍ଗା ସାର୍ବଜନୀନ ଦୁର୍ଗାପୂଜା ହେବ କି ନାହିଁ ସେଥିପାଇଁ ଆଶଙ୍କା ପ୍ରକାଶ ପାଇଛି। ତେଣୁ କଟକ ବାଲୁବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଲାଗି ଅନୁମତି ପ୍ରଦାନ କରିବାକୁ ହାଇକୋର୍ଟରେ ଆବେଦନର କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି କଟକ ବାଲୁବଜାରରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦେବାକୁ ଏଥିରେ ନିବେଦନ କରାଯାଇଛି। ଦେବୀଙ୍କ ମୃଣ୍ମୟୀମୂର୍ତ୍ତି ଗଢ଼ିବାଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଆଦି ସମସ୍ତ କୋଭିଡ୍ କଟକଣା ମଧ୍ୟରେ ପାଳନ କରିବାକୁ ଆବେଦନରେ ଦର୍ଶଯାଇଛି।
ସେହିପରି କାକଟପୁର ମଙ୍ଗଳା ମନ୍ଦିର ଖୋଲିବା ମାମଲା ପ୍ରସଙ୍ଗରେ ରାଜ୍ୟ ସରକାର, ଦେବୋତ୍ତର କମିଶନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ୧୪ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। କାକଟପୁର ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ହାଇକୋର୍ଟରେ ଆବେଦନ କରାଯାଇଥିଲା।
ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ
Popular Categories



