www.samajalive.in
Monday, December 8, 2025
24.1 C
Bhubaneswar

ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠାତାଙ୍କ ପରଲୋକ

ଓଡ଼ଗାଁ: ନୟାଗଡ ଜିଲା ଓଡଗାଁ ବ୍ଳକ ଅଧିନ କୁରାଳ ପଞ୍ଚାୟତରେ ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠାତା ରାସବିହାରୀ ଖଟେଇଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା କୁରାଳ ଗ୍ରାମର ରାସବିହାରୀ ଖଟେଇ ଜଣେ ସୁସଂଗ୍ରାହକ ଓ ଆଦର୍ଶ ଶିକ୍ଷକ ଥିଲେ। ସଂସ୍କୃତ ଭାଷାରେ ଅଗାଧ୍ୟ ପାଣ୍ଡିତ୍ୟ ଥିଲା ତାଙ୍କର। ଜଣେ ମାନବବାଦୀ, ଦରଦୀ, ସମାଜ ସଂସ୍କାରକ, ଲେଖକ ଓ ପରିବେଶ ପ୍ରେମୀ ହିସାବରେ ରାସବିହାରୀ ଖଟେଇ କୁରାଳ ତଥା ଓଡ଼ଗାଁ ଅଞ୍ଚଳରେ ଖୁବ୍‍ ପରିଚିତ ଥିଲେ। ତାଙ୍କ ଉଦ୍ୟମରେ କୁରାଳ ଉପାନ୍ତ ଅଞ୍ଚଳ ନାଥିଆପଲ୍ଲୀରେ ବାଉଁଶରାଣୀ ଭବନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବେଳେ ନିଜସ୍ୱ ଖର୍ଚ୍ଚରେ ଯାତ୍ରୀ ବିଶ୍ରାମଘର ନିର୍ମାଣ ସହିତ ନିକଟରେ ସୁନ୍ଦର ବଗିଚା ନିର୍ମାଣ ପାଇଁ ପ୍ରଶଂସିତ ଥିଲେ। ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠା ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଏଭଳି ଜଣେ ମହାନ ଆତ୍ମାଙ୍କ ବିୟୋଗ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories