www.samajalive.in
Sunday, December 7, 2025
16.1 C
Bhubaneswar

ସୋନିଆଙ୍କୁ ଚିଠି ଲେଖିଲେ ୨୩ ବଡ଼ ନେତା: କଂଗ୍ରେସରେ ସାଙ୍ଗଠନିକ ପରିବର୍ତନ ଲାଗି ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏବେ ବଡ଼ ସନ୍ଧିକ୍ଷଣରେ ଗତି କରୁଛି । ଦଳରେ ପ୍ରଥମଥର ପାଇଁ ଏପରି ହୋଇଛି ଯେତେବେଳେ କି ୨୩ରୁ ଅଧିକ ବଡ଼ ନେତା ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଙ୍ଗଠନରେ ବଡ଼ଧରଣର ପରିବର୍ତନ ପ୍ରସ୍ତାବ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ୫ ପୂର୍ବତନ ମୁଖ୍ୟମନ୍ତ୍ରୀ, କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ,  ସାଂସଦ ଓ କାର୍ଯ୍ୟକାରୀ କମିଟିର କିଛି ବଡ଼ ନେତା । କଂଗ୍ରେସରୁ ସଙ୍କଟରୁ ଉଦ୍ଧାର ପାଇଁ ଏହା ଏକ ଅନିବାର୍ଯ୍ୟ ଆବଶ୍ୟକତା ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଏହି ଚିଠିରେ ଯୁବ ପିଢ଼ି ବିଜେପି ଆଡ଼କୁ ଢ଼ଳୁଥିବା ପ୍ରତି ଇଙ୍ଗିତ କରାଯାଇଛି। ଏଥିରେ କୁହାଯାଇଛି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ଗଢ଼ିବାରେ ଯୁବଗୋଷ୍ଠୀ ବଡ଼ ଭୂମିକା ଗ୍ରହଣ କରିଛନ୍ତି। କଂଗ୍ରେସ ପ୍ରତି ସମର୍ଥନ ହ୍ରାସ ପାଇଛି, ଯୁବଗୋଷ୍ଠୀର ବିଶ୍ଵାସଭାଜନ ହୋଇ ନ ପାରିବା ଦଳ ପାଇଁ ଘାତକ ହୋଇଛି । ତେଣୁ ଏହାକୁ ପ୍ରତିହତ କରିବା ପାଇଁ ‘ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ଵ’ର ଆବଶ୍ୟକତା ରହିଛି । ଯାହା ସାଧାରଣରେ ଦୃଶ୍ୟମାନ ହେବ ଓ ଦଳକୁ କ୍ରିୟାଶୀଳ କରିପାରିବ । ଏହା ସହ ଦଳରେ ତଳଠାରୁ ଉପର ପର୍ଯ୍ୟନ୍ତ ପରିବର୍ତନ ନିମନ୍ତେ ଏହି ଚିଠିରେ ପ୍ରସ୍ତାବ ଦିଆଯାଇଛି ।

- Advertisement -

ଏହି ଚିଠିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଦଳର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିୱାରୀ, ଶଶି ଥରୁର, ବିବେକ ତନ୍ଖା, ଏଆଇସିସିର ପଦାଧିକାରୀଙ ମୁକୁଲ ୱାସନିକ, ଜିତୀନ ପ୍ରସାଦ ଓ ପୂର୍ବମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରୀୟ ମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ା, ରାଜେନ୍ଦର କୌର ଭଟ୍ଟଲ, ବିରପ୍ପା ମୋଇଲି, ପି.ଜେ.କୁରିୟନ, ଅଜୟ ସିଂହ, ରେଣୁକା ଚୌଧୁରୀ, ମିଲିନ୍ଦ ଦେଓରା, ରାଜ ବବ୍ବର, ଅରବିନ୍ଦର ସିଂହ ଲଭଲି, କୌଲ ସିଂହ ଠାକୁରଙ୍କ ସହ ଅଖିଳେଶ ପ୍ରସାଦ ସିଂହ, କୁଲଦୀପ ଶର୍ମା, ଯୋଗାନନ୍ଦ ଶାସ୍ତ୍ରୀ, ସନ୍ଦୀପ ଦୀକ୍ଷିତ ପ୍ରମୁଖ ସ୍ବାକ୍ଷର କରିଛନ୍ତି ।

ଲୋକସଭା ନିର୍ବାଚନ ପରାଜୟ ପ​‌ରେ ଗତ ୧ ବର୍ଷ ମଧ୍ୟରେ ଦଳ କ୍ରମାଗତ ନିମ୍ନ ପ୍ରଦର୍ଶନ କରି ଚାଲିଛି, ଯାହାର କୌଣସି ସମୀକ୍ଷା କରାଯାଇ ନାହିଁ । କୁହାଯାଉଛି ଏହି ଚିଠି ଆଧାରରେ ଦଳରେ କିଛି ବଡ଼ ପରିବର୍ତନ ହୋଇପାରେ ଓ ତାହା ଆସନ୍ତାକାଲି ଅର୍ଥାତ୍ ୨୪ ତାରିଖରେ ଦଳର କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories