www.samajalive.in
Monday, December 8, 2025
14.1 C
Bhubaneswar

ଚୀନ ନାଗରିକଙ୍କ ପାଇଁ ଲାଗୁ ହେବ ପାକିସ୍ତାନୀଙ୍କ ଭଳି କଟକଣା

ନୂଆଦିଲ୍ଲୀ : ଭାରତରେ ବେଆଇନ ଅର୍ଥ କାରବାର ସହ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଚୀନ ନାଗରିକ ଚାର୍ଲି ପେଙ୍ଗଙ୍କ ଗିରଫ ପରେ ତାଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳୁଛି। ଏକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ଗିରଫ ଚାର୍ଲି ପେଙ୍ଗ ଦଲାଇଲାମାଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଏବଂ ଚୀନ ଦ୍ବାରା ମନୋନୀତ ଦଳାଇଲାମାଙ୍କ ଉତ୍ତରାଧିକାରୀଙ୍କୁ ସମର୍ଥନ ପାଇଁ ରାଜଧାନୀ ଦିଲ୍ଲୀର କିଛି ତିବ୍‌ବତୀୟ ବୌଦ୍ଧ ଭିକ୍ଷୁଙ୍କୁ ଲାଞ୍ଚ ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

ସେ କର୍ଣ୍ଣାଟକର ମହୀଶୂର ଓ ମୁଣ୍ଡଗଡ଼ଠା​‌ରେ ଥିବା ଶରଣାର୍ଥୀ ଶିବିର ସହ ମଞ୍ଜୁକା ତିଲା ଶିବିରର ଅନ୍ୟୂନ ୧୦୦ ଭିକ୍ଷୁଙ୍କୁ ପ୍ରଭାବିତ କରିବା ପାଇଁ ଲକ୍ଷଲକ୍ଷ ଟଙ୍କା ଦେଇଥିବା ଓ ଏହା ପର୍ଯ୍ୟାୟକ୍ରମେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ପ୍ରକାଶ। ପ୍ରତ୍ୟେକଙ୍କ ଆକାଉଣ୍ଟରେ ୩ ଲକ୍ଷ ଲେଖାଏଁ ଟଙ୍କା ଜମା ହୋଇଥିବାର ପ୍ରମାଣ ମିଳିଛି। ଆୟକର ବିଭାଗର ତଦନ୍ତବେଳେ କିଛି ଭିକ୍ଷୁ ଏହା ସ୍ବୀକାର କରିଛନ୍ତି। ଚାର୍ଲି ବ୍ୟାବସାୟିକ କାର୍ଯ୍ୟ ଆଳରେ ଏଠାକୁ ଆସି ଏହି କାମ ଚଳାଇଥିଲା ବୋଲି ଏହି ଭିକ୍ଷୁମାନେ ସ୍ବୀକାର କରିଛନ୍ତି।

- Advertisement -

ଏହି ସୂଚନା ମିଳିବା ପରେ ଭାରତ ସରକାର ସତର୍କ ହୋଇଯାଇଛନ୍ତି। ଚୀନରୁ ଆସୁଥିବା ବ୍ୟବସାୟୀ, ଉଦ୍ୟୋଗୀ, ବିଦ୍ୟାର୍ଥୀ, ଗବେଷକ ଓ ସାମାଜିକ କର୍ମୀଙ୍କ ଭଳି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭାରତରେ ପାଦରଖିବା ପୂର୍ବରୁ ସୁରକ୍ଷା ସଂକ୍ରାନ୍ତ କ୍ଲିୟରାନ୍ସ ବା ଅନୁମତିପତ୍ର ହାସଲ ବାଧ୍ୟତାମୂଳକ କରାଯିବ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦେଶ ଦିଆଯାଇଛି। ବିଶେଷକରି ଭିସା ପ୍ରଦାନ ସମୟରେ ଏହା ନିଶ୍ଚିତ କରିବା ପାଇଁ କୁହାଯାଇଛି। ପାକିସ୍ତାନୀ ନାଗରିକଙ୍କ କ୍ଷେତ୍ରରେ ଯେଉଁ ନିୟମ ପ୍ରଚଳିତ ରହିଛି ତାହା ଚୀନ ନାଗରିକଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହା ଦ୍ବାରା ଚୀନ ନାଗରିକଙ୍କୁ ଭିସା ପ୍ରଦାନ କ୍ଷେତ୍ରରେ କଟକଣା ଲାଗିବ ଓ ସେମାନଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଆଇଆଇଟି, ଜେଏନ୍‌ୟୁ, ବିଏଚ୍‌ୟୁ ଭଳି ଭାରତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓ ଚୀନର ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ କେତେକ ଭାରତୀୟ ବିଶ୍ବବିଦ୍ୟାଳୟ ଓ ଚୀନ ଉଚ୍ଚ ଶିକ୍ଷାନୁ​ଷ୍ଠାନ ମଧ୍ୟରେ ଶିକ୍ଷା ଓ ଗବେଷଣା ଆଧାରିତ ଆଦାନପ୍ରଦାନ ପାଇଁ ୫୪ଟି ବୁଝାଣାପତ୍ର ହୋଇଛି। ଏଭଳି କ୍ଷେତ୍ରରେ ଛାତ୍ର ଓ ଗବେଷକଙ୍କ ଯିବା ଆସିବା ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗିବ। ଏହା ଉପରେ ଏବେ ସରକାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଏ କ୍ଷେତ୍ରରେ ସ୍ବତନ୍ତ୍ର ନୀତିନିୟମ ପ୍ରସ୍ତୁତ ହେଉଥିବା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଏତଦ୍‌ବ୍ୟତୀତ ମାଣ୍ଡାରିନ ଭାଷା ଶିକ୍ଷାକୁ ବାତିଲ କରାଯିବ। ଭାରତରେ ଚୀନ ବିଶେଷଜ୍ଞଙ୍କ ପ୍ରାଧାନ୍ୟ ଯେମିତି ହ୍ରାସ ପାଇବ ସେ ଦିଗରେ ପଦକ୍ଷେପ ନିଆଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories