www.samajalive.in
Tuesday, December 9, 2025
16.1 C
Bhubaneswar

୩୦ ବର୍ଷ ପରେ କନ୍ଧମାଳକୁ ମିଳିଲା ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ପଦବୀ, ବିଭିନ୍ନ ମହଲରୁ ଶୁଭେଚ୍ଛା

ଫୁଲବାଣୀ: ଓଡିଶା ପବ୍ଳିକ କମିଶନ ସର୍ଭିସ କମିଶନ ସଦସ୍ୟ (ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ) ଭାବରେ ନିଯୁକ୍ତି ପାଇଛନ୍ତି କନ୍ଧମାଳ ଜିଲ୍ଲାର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ବିଭୁତି ଭୁଷଣ ପଟ୍ଟନାୟକ। ତାଙ୍କର ନିଜ ଘର ଫୁଲବାଣୀ ପୌର ପରିଷଦର ଫୁଲବାଣୀ ସାହିରେ। ଏହି ପଦବୀ ମିଳିବା ପରେ ତାଙ୍କୁୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ହେବାରେ ସେ ହେଉଛନ୍ତି କନ୍ଧମାଳ ଜିଲାର ଦ୍ୱିତୀୟ ବ୍ୟକ୍ତି।

୧୯୯୦ ମସିହାରେ କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବୁଢାଦାନି ଗ୍ରାମର ସ୍ୱର୍ଗତ ଦିବାକର କହଁରଙ୍କ ପରେ ପ୍ରାୟ ୩୦ ବର୍ଷ ପରେ ପୁଣିଥରେ କନ୍ଧମାଳ ଜିଲାରେ ଜଣେ ଏହି ସୁଯୋଗ ପାଇଛନ୍ତି।

- Advertisement -

ନୂତନ ଭାବେ ନିଯୁକ୍ତି ପାଇଥିବା ଅବସର ପ୍ରାପ୍ତ ଆଇ.ଏ.ଏସ୍‍ ଶ୍ରୀ ପଟ୍ଟନାୟକ ତାଙ୍କର ଚାକିରି ଜୀବନ ଆରମ୍ଭରେ କନ୍ଧମାଳ ଜିଲାର ଖଜୁରିପଡ଼ା, ରାଇକିଆ, ବାଲିଗୁଡ଼ା ଆଦି ବ୍ଳକରେ ବି.ଡ଼ି.ଓ ଓ ଗଂଜାମ ଜିଲାର ଦିଗପହଣ୍ଡି ବ୍ଳକର ବି.ଡ଼ି.ଓ , କେନ୍ଦୁଝରର ଉପଜିଲାପାଳ ଭାବେ ବେଶ୍‍ ଦକ୍ଷତାର ସହିତ କାର୍ଯ୍ୟକରି ଅଞ୍ଚଳବାସୀଙ୍କର ଲୋକପ୍ରିୟ ହୋଇ ପାରିଥିଲେ। ସେ ସମୟରେ ସେ ଅନ୍ୟ କେତେକ ଦାୟିତ୍ୱ ମଧ୍ୟ ଜିଲାରେ ତୁଲାଇବାରେ ସକ୍ଷମ ହୋଇ ପାରିଥିଲେ। ଶ୍ରୀ ପଟ୍ଟନାୟକ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟ ସମବାୟ ସମିତି ସମୁହଳ ନିବନ୍ଧକ ପଦରୁ ଅବସର ନେଇଥିଲେ। ଜଣେ ଦକ୍ଷମ ପ୍ରଶାସକ ଭାବେ ତାଙ୍କର ସୁନାମ ରହିଛି। ଶ୍ରୀ ପଟ୍ଟନାୟକ ପର୍ଯ୍ୟଟନ ନିର୍ଦ୍ଦେଶକ , ଝାରୁସୁଗୁଡ଼ା ,ସମ୍ବଲପୁର ଆଦି ଜିଲାର ଜିଲାପାଳ ଭାବେ କାର୍ଯ୍ୟ କରିବା ସହିତ ଓ ଭିନ୍ନକ୍ଷମ ସଶକ୍ତିକର ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଥି ସହିତ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବେଶ୍‍ ଦକ୍ଷତାର ସହିତ ମଧ୍ୟ ତାଙ୍କ କାର୍ଯ୍ୟ କରିବାରେ ସୁନାମ ଅର୍ଜନ କରିଥିଲେ। ଅନେକ ଅଞ୍ଚଳରେ ସେ କାର୍ଯ୍ୟକରିବା ସମୟରେ ବହୁ ସାମାଜିକ ଓ ଉନ୍ନୟନୂଳକ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କର ନିକଟତର ହୋଇ ପାରିଥିଲେ। ବର୍ତମାନ ସେ ଓପିଏସସିର ଜଣେ ସଦସ୍ୟ ଭାବରେ ନିଯୁକ୍ତି ପାଇଥିବାରୁ କନ୍ଧମାଳ ଜିଲ୍ଲାରୁ ତାଙ୍କ ବନ୍ଧୁ ମହଲରୁ ଶୁଭେଛାର ସୁଅ ଛୁଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories