www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୭୪.୬୯ ପ୍ରତିଶତକୁ ବୃଦ୍ଧି : ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ନିକଟତର

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୪.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୩ ହଜାର ୬୩୧ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଏପର୍ଯ୍ୟନ୍ତ ୨୨ ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ମନ୍ତ୍ରଣାଳୟ କହିଛି, ନମୁନା ପରୀକ୍ଷଣ ମାଧ୍ୟମରେ ସଂକ୍ରମିତମାନଙ୍କର ଚିହ୍ନଟ, ଦ୍ରୁତ ତଥା ଫଳପ୍ରଦ ଚିକିତ୍ସା ଓ ସଂକ୍ରମିତମାନଙ୍କର ଉପଯୁକ୍ତ ଯତ୍ନ ନିଆଯିବା ଯୋଗୁଁ ଗତ ୨୧ ଦିନ ଧରି ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଶତକଡ଼ା ଶହେ ଭାଗ ବୃଦ୍ଧି ପାଇଛି।

ବର୍ତ୍ତମାନ ୬ଲକ୍ଷ ୯୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତିଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୪୫ ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋବିଡ୍‍ ଜନିତ ମୃତ୍ୟୁସଂଖ୍ୟା ୫୫ ହଜାର ୭୯୪ରେ ପହଞ୍ଚିଛି। ଦେଶ​ରେ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ  ୧.୮୭ ପ୍ରତିଶତ ରହିଛି।
ଅନ୍ୟପକ୍ଷରେ ଗୋଟିଏ ଦିନରେ ୬୯ ହଜାର ୮୭୪ ଜଣ ନୂଆ ଲୋକ କୋଭିଡ ସଂକ୍ରମିତ ହେବାରୁ ଦେଶରେ ସଂକ୍ରମିତମାନଙ୍କ ସଂଖ୍ୟା ୨୯ଲକ୍ଷ ୭୫ ହଜାର ୭୦୧ ରହିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories