www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଶୁକ୍ରବାର କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ଖରିଫ ଋତୁ ସମୟରେ ଓଡିଶାର ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଣରେ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମାଣ୍ଡଭିୟ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍‍ ଯୋଗେ ଶ୍ରୀ ପ୍ରଧାନ କହିଛନ୍ତି।


ସେ କହିଛନ୍ତି ଯେ ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏ ନେଇ ତାଙ୍କୁ ଅବଗତ କରିଥିଲେ। ଏହା ପରେ ସେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି। ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନଙ୍କ ଏ ସମ୍ପର୍କିତ ଟ୍ୱିଟରେ ପ୍ରତିକ୍ରିୟା ଦେଇ ଶ୍ରୀ ମାଣ୍ଡଭିୟ ଓଡିଶାର କୋଣ ଅନୁକୋଣକୁ ପର୍ଯ୍ୟାପ୍ତ ସାର ଯୋଗାଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

- Advertisement -

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories