www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ୱ ମଶା ଦିବସର ବାର୍ତ୍ତା ‘ମଶାର ବିନାଶ ଜୀବନର ବିକାଶ’

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ଗୁରୁବାର ବିଶ୍ୱ ମଶା ଦିବସ ପାଳନ ହେବା ସହ ଏହି ଦିବସର ବାର୍ତ୍ତା ‘ମଶାର ବିନାଶ ଜୀବନର ବିକାଶ’ର ବହୁଳ ପ୍ରଚାର ସହିତ ଜନସଚେତନତା ସୃଷ୍ଟି କରାଯାଇଥିଲା। ମେଘା ସେକ୍ଟରର ସମୁହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଏହି ବିଶ୍ୱ ମଶା ଦିବସ ଅବସରରେ ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁମୋହନପୁର ଶବରସାହି ଏବଂ ଆଠଗଡ ଏନଏସି ଅଞ୍ଚଳରେ ଜନସଚେତନତା ସୃଷ୍ଟି ଲାଗି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ରାଧାଗୋବିନ୍ଦପୁର ସରପଞ୍ଚ ପୁଷ୍ପଲତା ସାହୁ ଓ ବରିଷ୍ଠ ମ୍ୟାଲେରିଆ ପରିଦର୍ଶକ ବିଜୟ କୁମାର ବେଉରା ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ୟ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ୧୯୯୭ମସିହାରେ ବ୍ରିଟିଶ ବୈଜ୍ଞାନିକ ରୋନାଲ୍ଡ ରସ୍‍ ଗବେଷଣା କରି ମଶା ଦ୍ୱାରା ହିଁ ମ୍ୟାଲେରିଆ ସଂକ୍ରମଣ ହୋଇଥାଏ ବୋଲି ଜାଣିବାକୁ ପାଇଥିଲେ। ମଶାଠାରୁ କିପରି ଦୂରେଇ ରହିବ ବା ମଶା ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିହେବ ସେଥିପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୨୦ତାରିଖରେ ବିଶ୍ୱ ମଶା ଦିବସ ପାଳିତ ହୋଇଥାଏ। ବିଶ୍ୱରେ ପ୍ରାୟ ୧୦୦ଟି ଦେଶରେ ମ୍ୟାଲେରିଆ ଦେଖାଯାଇଥିବାବେଳେ ଏଥିରେ ପ୍ରତିବର୍ଷ ୨୧୯ନିୟୁତ ଲୋକ ଆକ୍ରାନ୍ତ ହୋଇଥାନ୍ତି ବୋଲି ଶ୍ରୀ ଅସ୍‍ଲମ୍‍ ସୂଚନା ଦେଇଥିଲେ। ମାଇଏନୋଫେଲିସ ମଶା ଦ୍ୱାରା ମ୍ୟାଲେରିଆ, ଏଡିସ ମଶା ଦ୍ୱାରା ଡେଙ୍ଗୁ, ମାଇକ୍ୟୁଲେକ୍ସ ମଶା ଦ୍ୱାରା ବାତଜ୍ୱର ଏବଂ ସେହିପରି ବିଭିନ୍ନ ମଶାଦ୍ୱାରା କାଲାଜ୍ୱର, ଜାପାନୀ ଏନସାଫାଇଲେଟିସ୍‍ ଜ୍ୱର ବ୍ୟାପୀଥାଏ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଶାର ଜୀବନଚକ୍ରକୁ ଅନୁଧ୍ୟାନ କରି ସେମାନଙ୍କ ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦରକାର। ପାଣି ଜମାହୋଇ ରହିଥିବା ସ୍ଥାନ ବା ପାତ୍ର, ଖାଲଖମା, କୁଲର, ଫ୍ରିଜ ପଟ୍‍, ଫୁଲକୁଣ୍ଡ ଇତ୍ୟାଦିରେ ପାଣି ଅଧିକ ଦିନ ଜମାହୋଇ ରହିବାକୁ ଦେବା ଉଚିତ୍‍ ନୁହେଁ। ନିୟମିତ ମଶାରୀ ବ୍ୟବହାର କରିବା ଓ ଆଖପାଖ ପରିଷ୍କାର ପରିଚ୍ଛନ ରଖିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ଯେ କୌଣସି ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ କରିବା ସହ ରକ୍ତ ପରୀକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ଅସଲମ୍‍ ବୁଝାଇଥିଲେ। ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି ଓ ଆଶାକର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ଓ ଏନଏସିର ସ୍ୱଚ୍ଛସାଥୀ ଏଥିରେ ଯୋଗଦେଇ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories