www.samajalive.in
Monday, December 8, 2025
27.1 C
Bhubaneswar

ଚା’ରେ ବିଷ ଦେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ବନ୍ଦୀଙ୍କୁ ହତ୍ୟା ଉଦ୍ୟମ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନଙ୍କ ଘୋର ବିରୋଧୀ ତଥା ବିରୋଧୀ ନେତା ଏଲେକ୍ସ ନାବଲ୍ନିଙ୍କୁ ବିଷ ଦିଆଯାଇଛି । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଏବଂ ସାଇବେରିଆର ଏକ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି । ସେ ଏବେ କୋମାରେ ଥିବା କୁହାଯାଉଛି । ଏଲେକ୍ସିଙ୍କ ମୁଖପାତ୍ର କିରା ୟାରାମିଶଙ୍କ ସୂଚନା ଅନୁସାରେ ଏଲେକ୍ସି ବିମାନରେ  ସାଇବେରିଆର ତେମସ୍ତେ ସହରରୁ ମସ୍କୋ ଯାଉଥିଲେ । ମାତ୍ର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପାଇଲଟ ବିମାନର ଜରୁରୀ ଅବତରଣ କରାଇଥିଲେ । ତାଙ୍କୁ ଚା’ରେ ବିଷ ଦିଆଯାଇଥିବା ଅନୁମାନ କରାଯାଉଛି । ସକାଳୁ ସେ ଚା ବ୍ୟତୀତ ଆଉ କିଛି ପିଇ ନ ଥିଲେ । ତାଙ୍କୁ ଅତି ଉତ୍କଟ ବିଷ ଦିଆଯାଇଥିଲା ଓ ଚା’ ଗରମ ଥିବାରୁ ତାହା ସହଜରେ ସେଥିରେ ମିଶି ଯାଇଥିଲା। ସେ ବର୍ତମାନ ଅଚେତ ଅଛନ୍ତି ଓ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଅନ୍ୟପକ୍ଷରେ ସମ୍ବାଦ ସରବରାହ ସଂସ୍ଥା ‘ତାସ୍’ ଅନୁସାରେ ବୃତ୍ତିରେ ଜଣେ ଆଇନଜୀବୀ ଏଲେକ୍ସି ରାଷ୍ଟ୍ରପତି ପୁଟିନଙ୍କର ଘୋର ବିରୋଧୀ ଭାବରେ ଜଣାଶୁଣା । ଦେଶରେ ଦୁର୍ନୀତି ବିରୋଧରେ ସେ ଅନେକବାର ସ୍ବର ଉତ୍ତୋଳନ କରିଛନ୍ତି । ପୁଟିନ ବିରୋଧୀ ରାଲିରେ ଯୋଗ ଦେଇଥିବା ଯୋଗୁଁ ତାଙ୍କୁ ଅନେକବାର ଜେଲ ଯିବାକୁ ପଡ଼ିଛି । ୨୦୧୮ରେ ସେ ପୁଟିନଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ, ମାତ୍ର ତାଙ୍କୁ ଏହି ସୁଯୋଗ ମିଳି ନ ଥିଳା । ୨୦୧୭ରେ ତାଙ୍କ ମୁହଁରେ କିଛି ଲୋକ ରାସାୟନିକ ସାମଗ୍ରୀ ଢ଼ାଳି ଦେଇଥିଲେ, ଯାହା ଫଳରେ ତାଙ୍କର ଗୋଟିଏ ଆଖି ଖରାପ ହୋଇ ଯାଇଥିଲା । ସେହିପରି ପୂର୍ବରୁ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଏହି ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ତାଙ୍କର ମୁଖପାତ୍ର ଗତବର୍ଷ ଜେଲରେ ମଧ୍ୟ ତାଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିବା କହିଛନ୍ତି । ଗତବର୍ଷ ସେ ପୁଟିନ ବିରୋଧୀ ଏକ ସମାବେଶରେ ଯୋଗ ଦେଇଥିବା ଯୋଗୁଁ ତାଙ୍କୁ ଜେଲ ପଠାଯାଇଥିଲା ଓ ସେଠାରେ ତାଙ୍କୁ ବିଷ ଦିଆଯାଇଥିଳା ବୋଲି ଏଲେକ୍ସି ସେତେବେଳେ ଅଭିଯୋଗ କରିଥିଲେ ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories