କେଶଦୁରାପାଳ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ନିକଟରେ ବୈତରଣୀ ନଦୀଜଳ ଧୀରେ ଧୀରେ ବଢିବାରେ ଲାଗିଛି। ଆନନ୍ଦପୁରରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯.୫ ମିଲିମି ବର୍ଷା ହୋଇଥିବା ବେଳେ ଦିନ ୪ଟା ସୁଦ୍ଧା ବୈତରଣୀ ନଦୀରେ ୩୬.୨୦୦ ମିଟର ଜଳ ପ୍ରବାହିତ ହେଉଥିବା ଜଣାପଡିଛି। ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୩୮.୩୬୦ ହୋଇଥିବା ବେଳେ, ନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇ ୩୭.୪୪୫ ମିଟରରେ ପ୍ରବାହିତ ହେଉଛି। ତେବେ ଯଦି ବର୍ଷା ଲାଗି ରହେ ବୈତରଣୀ ନଦୀ ଜଳ ବିପଦ ସଙ୍କେତ ଟପିବା ଯଥେଷ୍ଠ ସମ୍ଭାବନା ରହିଛି । ଏ ନେଇ ପ୍ରଶାସନ ସଜାଗ ଓ ସତର୍କ ରହିଛି।




