www.samajalive.in
Wednesday, December 10, 2025
26.1 C
Bhubaneswar

ଯୌନ ଉତ୍ପୀଡ଼ନ ମାମଲାରେ ମହେଶ ଭଟ୍ଟ, କହିଲେ ମୁଁ ତିନି ଝିଅର ବାପା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସମେତ ବଲିଉଡର ଅନେକ ସେଲିବ୍ରିଟିଙ୍କ ଉପରେ ସନ୍ଦେହ ପ୍ରକାଶ ପାଇଛି। ଏବେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ତେଣୁ ଯେଉଁମାନଙ୍କୁ ମୁମ୍ବାଇ ପୋଲିସ ସୁରକ୍ଷା ଦେଉଥିଲା, ଏବେ ସେମାନେ ଏହି ମାମଲାରୁ ଖସିଯିବା କଷ୍ଟକର କଷ୍ଟକର ହୋଇପଡିଛି। ଏହା ପୂର୍ବରୁ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ, ମୋୖନୀ ରୟ, ଉର୍ବଶୀ ରୌତେଲା, ରଣ ବିଜୟ ସିଂ ଏବଂ ପ୍ରିନ୍ସ ନରୁଲାଙ୍କୁ ଝିଅମାନଙ୍କୁ ଶୋଷଣ କରୁଥିବା ଏକ ମଡେଲିଂ ଫାର୍ମକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ନୋଟିସ ଜାରି କରିଛନ୍ତି।

ଜାତୀୟ ମହିଳା ଆୟୋଗର ନୋଟିସ ପରେ ମହେଶ ଭଟ୍ଟ ଓ ଅନ୍ୟମାନେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ମହେଶଙ୍କ ନିଜ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ‘ବିଶେଷ’ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି ଯେ ମହେଶ ଭଟ୍ଟଙ୍କ ଆଇଏମଜି ବେଞ୍ଚର୍ସ କମ୍ପାନୀ ସହିତ କୌଣସି ସମ୍ପର୍କ ନାହିଁ। ବିନା ଅନୁମତିରେ କମ୍ପାନୀ ତାଙ୍କ ନାମ ବ୍ୟବହାର କରିଥିଲା।

- Advertisement -

ମହେଶ ଭଟ୍ଟ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଜାତୀୟ ମହିଳା ଆୟୋଗକୁ ନମସ୍କାର କରୁଛି ଯେ ସେମାନେ ଏଭଳି କେତେକ ସଂଗଠନ ଚିହ୍ନଟ କରିଛନ୍ତି ଯେଉଁମାନେ ମହିଳାଙ୍କ ପ୍ରତି ଯୌନ ଶୋଷଣକୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ମୁଁ ମହିଳା ଆୟୋଗ ନିକଟରେ କୃତଜ୍ଞ। ସେ ଆହୁରି ଲେଖିଛନ୍ତି ଯେ, ମୋ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ମୁଁ ଆଜି ଆୟୋଗଙ୍କ ନିକଟରେ ହାଜର ହେଲି। ଆଇଏମଜି ଏକ ପ୍ରମୋସନାଲ ଇଭେଣ୍ଟରେ ମୋର ନାମ ବ୍ୟବହାର କରିଥିଲା ​​ଏବଂ ମୋତେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲା।

ମହେଶ ଭଟ୍ଟ ଆହୁରି ଲେଖିଛନ୍ତି, ‘ମୁଁ ଆୟୋଗର ଅଧ୍ୟକ୍ଷାଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି କାର୍ଯ୍ୟକ୍ରମରେ ମୋତେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ କରୋନା ସଂକ୍ରମଣ ହେତୁ ମୁଁ ଯୋଗ ଦେବାକୁ ମନା କରିଥିଲି। ମୁଁ ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଚୁକ୍ତି କରି ନାହିଁ। କିନ୍ତୁ କମ୍ପାନୀ ମୋ ବିନା ଅନୁମତିରେ ମୋ ନାମ ବ୍ୟବହାର କରିଥିଲା। ଯେତେବେଳେ ମୁଁ ତାଙ୍କୁ ଏ ବିଷୟରେ ପଚାରିଲି, ସେ ଏଥିପାଇଁ ମୋତେ କ୍ଷମା ମାଗିଥିଲେ, ଯାହା ପରେ ମୋର ଫଟୋ ଏବଂ ନାମ ସବୁ ସ୍ଥାନରୁ ହଟାଯାଇଥିଲା।

ଶେଷରେ ମହେଶ ସଫେଇ ଦେଇ କହିଛନ୍ତି ଯେ, ‘୭୧ ବର୍ଷ ବୟସରେ ମୁଁ ସାମାଜିକ କାର୍ଯ୍ୟରେ ସହଯୋଗ କରିବାରେ ବିଶ୍ୱାସ କରେ। ମୁଁ ତିନି ଝିଅର ପିତା ଏବଂ ଏହି ଧର୍ମଯୁଦ୍ଧରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories