www.samajalive.in
Saturday, December 6, 2025
19.1 C
Bhubaneswar

ତବଲିଗୀ ଜମାତ ମାମଲା: ଦିଲ୍ଲୀ, ମୁମ୍ବାଇ ସହ ୨୦ ସ୍ଥାନରେ ପ୍ରବର୍ତନ ନିର୍ଦେଶାଳୟର ଚଢ଼ଉ

ମୁମ୍ବଇ: ତବଲିଗୀ ଜମାତ ମକରଜ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ମୁମ୍ବାଇ, ଦିଲ୍ଲୀ ସମେତ ଦେଶର ପ୍ରାୟ ୨୦ ସ୍ଥାନରେ ଚଢ଼ଉ କରିଛି । ମୌଲାନା ସାଦ୍ ଓ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ମନ ଲଣ୍ଡରିଂ ମାମଲାରେ ଏହି ପଦକ୍ଷେପ ନିଆଯାଇଛି । ପ୍ରବର୍ତନ ନିର୍ଦେଶାଳୟର ଜଣେ ଉଚ୍ଚ ଅଧିକାରୀଙ୍କ ସୂଚନା ଅନୁସାରେ ଦିଲ୍ଲୀର ୭ଟି, ମୁମ୍ବାଇର ୫ଟି, ହାଇଦ୍ରାବାଦର ୪ ଓ କେରଳର ୩ଟି ସ୍ଥାନରେ ଚଢ଼ଉ କରାଯାଇଛି ।

ଦିଲ୍ଲୀର ଜାକିର ନଗର ଅଞ୍ଚଳରେ ମୌଲାନା ସାଦଙ୍କ ବାସଭବନରେ ଚଢ଼ଉ ହୋଇଛି । ସେହିପରି ତାଙ୍କର ସହଯୋଗୀ କୁହାଯାଉଥିବା ତଥା ମୁମ୍ବାଇର ଅନ୍ଧେରୀ ଅଞ୍ଚଳ, ଏସ୍.ଭି.ରୋଡ଼ ଅଞ୍ଚଳରେ କିଛି ସ୍ଥାନରେ ଯାଞ୍ଚ କରାଯାଇଛି । ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ପାଇଁ ଅଧିକାରୀମାନେ ମନା କରି ଦେଇଛନ୍ତି ।

- Advertisement -

ଗତ ଏପ୍ରିଲ ମାସରେ ଦିଲ୍ଲୀ ପୁଲିସ ମୌଲାନା ସାଦଙ୍କ ବିରୋଧରେ ଲକଡ଼ାଉନ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଥିଲା । ଏହାପରେ ପ୍ରବର୍ତନ ନିର୍ଦେଶାଳୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories