www.samajalive.in
Monday, December 8, 2025
24.1 C
Bhubaneswar

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଶିକ୍ଷା ମନ୍ତ୍ରଣାଳୟରେ ନାମିତ କରିବାକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚଆରଡି) ମନ୍ତ୍ରଣାଳୟକୁ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଥିଲା। ୨୯ ଜୁଲାଇରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚଆରଡି) ମନ୍ତ୍ରଣାଳୟକୁ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ ନାମ ପରିବର୍ତ୍ତନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି ।

ଏଚଆରଡି ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରଣାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ମିଳିଥିଲା। ଏହା ସହିତ ନୂଆ ଶିକ୍ଷା ନୀତିକୁ ଅନୁମୋଦନ ମିଳିବା ପରେ ସମ୍ପୂର୍ଣ୍ଣ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟନ୍ତ୍ରକ ସଂସ୍ଥା ରହିବ, ଯାହାଫଳରେ ସମସ୍ତ ଅବ୍ୟବସ୍ଥାଗୁଡ଼ିକ ଦୂର ହୋଇପାରିବ।

- Advertisement -

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟାମକ ସଂସ୍ଥା ‘ନ୍ୟାଶନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି(ଏନଏଚଇଆରଏ)’ ବା ‘ହାୟର ଏଜୁକେଶନ କମିଶନ ଅଫ ଇଣ୍ଡିଆ’ ଗଠନ କରିବାକୁ ସ୍ଥିର କରାଯାଇଛି। ଏହା ସହିତ ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନର ଉନ୍ନତି ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ଢାଞ୍ଚାରେ ବିଭିନ୍ନ ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀ ସହ ଜଡିତ କୌଶଳ, କଳା ଏବଂ ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱ ଦିଆଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories